ସୁପ୍ରିମ କୋର୍ଟର ୩ ଜଣ ବିଚାରପତିଙ୍କ ଶପଥ ଗ୍ରହଣ, ବିଚାରପତି ସଂଖ୍ୟା ୨୫କୁ ବୃଦ୍ଧି

 

ନୂଆଦିଲ୍ଲୀ: :ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଶପଥଗ୍ରହଣ କ୍ରମ ଅନୁଯାୟୀ, ଆଜି ପ୍ରଥମେ ଜଷ୍ଟିସ ଇନ୍ଦିରା ବାନର୍ଜୀ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ପରେ ପରେ ଜଷ୍ଟିସ ଭିନିତ ସରନ ଶପଥ ଗ୍ରହଣ କରିଥିଲେ। ଶେଷରେ ଜଷ୍ଟିସ କେ ଏମ ଯୋଶେଫ ଶପଥ ଗ୍ରହଣ କରିଥିଲେ। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ୩ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।

ଜଷ୍ଟିସ ବାନାର୍ଜୀ, ଜଷ୍ଟିସ ସରନ ଓ ଜଷ୍ଟିସ ଜୋଶେଫଙ୍କ ଶପଥ ଗ୍ରହଣ ସହିତ ସୁପ୍ରିମ କୋର୍ଟର ବିଚାରପତିଙ୍କ ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୫କୁ ବୃଦ୍ଧିି ପାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁପ୍ରିମ କୋର୍ଟରେ ସର୍ବାଧିକ ୩୧ ଜଣ ବିଚାରପତି ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି। ଜଷ୍ଟିସ ଇନ୍ଦିରା ବାନାଜୀ ସୁପ୍ରିମ କୋର୍ଟର୍ର ୮ମ ମହିଳା ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଜଷ୍ଟିସ ବାନାର୍ଜୀଙ୍କୁ ମିଶାଇ ବର୍ତ୍ତମାନ ୩ ଜଣ ମହିଳା ବିଚାରପତି ସୁପ୍ରିମକୋର୍ଟର୍ରେ କାର୍ଯ୍ୟରତ ଅଛନ୍ତି। ଅନ୍ୟ ଦୁଇ ମହିଳା ବିଚାରପତି ହେଉଛନ୍ତି ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା।

ସମ୍ବନ୍ଧିତ ଖବର