୩ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର: ଜମ୍ମୁ କଶ୍ମୀରର ଗୁରେଜ ଏବଂ ନୌଗାମ୍‌ ସେକ୍ଟରରେ ଗତ ଡିସେମ୍ବର ୧୨ ତାରିଖରେ ନିଖୋଜ ହୋଇଯାଇଥିବା ୫ ଯବାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ୨ ଜଣ ଯବାନଙ୍କ ମୃତଦେହ ଗୁରେଜ ସେକ୍ଟରରୁ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଯବାନଙ୍କ ଶରୀର ନୌଗାମ୍‌ ସେକ୍ଟରରୁ ଉଦ୍ଧାର ହୋଇଛି। ଉଲ୍ଲେଖଯୋଗ୍ୟ ଡିସେମ୍ବର ୧୨ତାରିଖରେ କୁପଓ୍ଵାରା ଜିଲ୍ଲାର ନୌଗାମ୍‌ରେ ବରଫ ଅତଡ଼ା ଧସିବାରୁ ଦୁଇଜଣ ଯବାନ ନିଖୋଜ ହୋଇଥିବାବେଳେ ବାନ୍ଦିପୁରା ଜିଲ୍ଲାର ଗୁରେଜ୍‌ ସେକ୍ଟରର ଆଗୁଆ ପୋଷ୍ଟ୍‍ରେ ୩ ଜଣ ନିଖୋଜ ହୋଇଯାଇଥିଲେ। ଏଯାବତ୍‌ ୩ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ସୁଦ୍ଧା ଆଉ ଦୁଇ ଜଣ ନିଖୋଜ ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର