ଏହି ତିନିଟି ଶୁଭ ଅବସରରେ ମୋଦୀଙ୍କ ସାଷ୍ଟାଙ୍ଗ ପ୍ରଣାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: ନୂଆ ସଂଦଦ ଭବନ ଲୋକାର୍ପଣ କରିବା ଆଗରୁ ଦେବାଦେବୀଙ୍କୁ ଆବାହନ କରି ଆଶିଷ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ଗଣପତି ହୋମ’ରେ ବସିଥିଲେ।  ପ୍ରାୟ ଏକ ଘଣ୍ଟା ଧରି ଏହି ପୂଜାର୍ଚ୍ଚନା ଚାଲିବା ପରେ ପ୍ରଧାନମନ୍ତ୍ରୀ ‘ସେ‌ଙ୍ଗୋଲ୍‌’ ଗ୍ରହଣ କରି ତାହାକୁ ନୂଆ ସଂସଦରେ ସ୍ଥାପନା କରିଥିଲେ। ଏହି ସମୟରେ ମୋଦୀ ‘ସେଙ୍ଗୋଲ୍‌’ ଓ ଅଧୀନମ୍‌ ମହନ୍ତମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମୋଦୀଙ୍କୁ ଆଉ ଦୁଇଥର ସାର୍ବଜନୀନ ଭା‌ବେ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି।

ପ୍ରଥମ ଥର ନୂଆ ସଂସଦ ଭବନରେ ମୋଦୀଙ୍କ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିବା ବେଳେ ଦ୍ବିତୀୟ ଥର ପୁରୁଣା ସଂସଦ ଭନବରେ ଦେଖିବାକୁ ମିଳିଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ପାଇଁ ପ୍ରଥମ ଥର ସଂସଦରେ ପହଞ୍ଚିଲେ। ମୋଦୀ ସେଠ‌ାରେ ପହଞ୍ଚି ମଥା ନୁଆଁଇ ଆଣ୍ଠୁ ମାଡ଼ି ନମସ୍କାର ହୋଇ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ସଂସଦକୁ ମୁଣ୍ଡିଆ ମାରିଥିଲେ। ମୋଦୀଙ୍କ ଏଭଳି ସ୍ଭଭାବକୁ ଦେଖି ଘଟଣାସ୍ଥଳରେ ଥିବା ମନ୍ତ୍ରୀ ଓ ସୁରକ୍ଷାକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ।

ତୃତୀୟଥର ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ସମୟରେ ମୋଦୀ ସାଷ୍ଟାଙ୍ଗ ପ୍ରଣାମ  କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମୋଦୀଙ୍କ ଏଭଳି ସ୍ବଭାବ ପାଇଁ ଦେଶ ତଥା ବିଦେଶର ଲୋକ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବେଶ ପ୍ରଶଂସା କରିବା ସହିତ ପସନ୍ଦ ବି କରିଥାଆନ୍ତି।

ସମ୍ବନ୍ଧିତ ଖବର