କୋଲକାତା : ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ନମୂନା ପରୀକ୍ଷଣକୁ ଦ୍ରୁତତର କରିବା ପାଇଁ କୋଲକାତା ସମେତ ଦେଶରେ ୩ଟି ନୂଆ ଏବଂ ବଡ଼ ପରୀକ୍ଷା କେନ୍ଦ୍ର ଖୋଲାଯାଉଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୩ଟି କେନ୍ଦ୍ରର ଉଦ୍ଘାଟନ କରିବେ। କୋଲକାତା, ନୋଏଡା ଏବଂ ମୁମ୍ବାଇରେ ଏହି ନୂତନ ବୃହତ୍ ପରୀକ୍ଷା କେନ୍ଦ୍ର ଉଦ୍ଘାଟନ ହେବ। ଏହି ପରୀକ୍ଷା କେନ୍ଦ୍ରରେ ଖୁବ୍ ଶୀଘ୍ର ରିପୋର୍ଟ ଜଣାପଡ଼ିବ ଏବଂ ଆବଶ୍ୟକ ଚିକିତ୍ସା ସହ ସଚେତନତା ସୃଷ୍ଟି କରାଯାଇ ପାରିବ। ଏହି ୩ଟି ପରୀକ୍ଷା କେନ୍ଦ୍ରରେ ଦିନକୁ ୧୦ ହଜାର କୋଭିଡ୍-୧୯ ପରୀକ୍ଷା ସମ୍ଭବ ହେବ। ଏଥିସହିତ ରୋଗୀଙ୍କ ହେପାଟାଇଟିସ୍-ବି ଓ ସି, ଏଚ୍ଆଇଭି, ଟିବି, ଡେଙ୍ଗୁ ଆଦି ମଧ୍ୟ ପରୀକ୍ଷା କରାଯିବ। ଏହି ତିନିଟି ପରୀକ୍ଷା କେନ୍ଦ୍ର ହେଉଛି କୋଲକାତାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କଲେରା ଆଣ୍ଡ ଏଣ୍ଟେରିକ ଡିଜିଜ୍ (ଆଇସିଏମ୍ଆର୍), ନୋଏଡାର ନ୍ୟାସନାଲନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର୍ ପ୍ରିଭେନ୍ସନ୍ ଆଣ୍ଡ ରିସର୍ଚ୍ଚ (ଆଇଏମ୍ଆର୍) ଏବଂ ମୁମ୍ବାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ରିସର୍ଚ୍ଚ ଇନ୍ ରିପ୍ରଡକ୍ଟିଭ୍ ହେଲ୍ଥ (ଆଇସିଏମ୍ଆର୍)। ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ଲାଇନ୍ରେ ଉପସ୍ଥିତ ରହିବେ। ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।
ପରୀକ୍ଷା ଦ୍ରୁତତର କରିବା ପାଇଁ ଆଉ ତିନିଟି କେନ୍ଦ୍ର
/sambad/media/post_attachments/wp-content/uploads/2020/07/covid-test.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)