ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୩ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ବୋଙ୍ଗାଲୁରୁ କେଏସ୍ଆର ରେଳଷ୍ଟେସନରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଅଜନୀ(ନାଗପୁର)-ପୁଣେ, ବେଙ୍ଗାଲୁରୁ-ବେଲଗାଭି ଓ ମାତା ବୈଷ୍ଣୋଦେବୀ କାଟ୍ରା - ଅମୃତସରଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏହି ୩ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସହିତ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୧୫୦ରେ ପହଞ୍ଚିଛି। ଏହା ସହିତ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋର ବହୁ ପ୍ରତିକ୍ଷୀତ ୟେଲୋ ଲାଇନ୍ର ଶୁଭାରମ୍ଭ କରିଛିନ୍ତି। ରାଗିଗୁଡ଼ା ଷ୍ଟେସନରେ ପ୍ରଧାନମନ୍ତ୍ରୀ ମୋଦୀ ମେଟ୍ରୋ ଟ୍ରେନ୍ର ଉଦଘାଟନ କରିବା ସହିତ ଏଥିରେ ଇଲେକ୍ଟ୍ରୋନିକ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଥିଲେ। ଏହି ଯାତ୍ରାବେଳେ ପ୍ରଧାନମନ୍ତ୍ରୀ ସ୍କୁଲ ପିଲାଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ଅନୁଭୂତି ଜାଣିଥିଲେ। ଟ୍ରେନ ଚାଳକବିହୀନ ହୋଇଥିଲେ ମଧ୍ୟ ଜଣେ ମହିଳା ଲୋକୋ ପାଇଲଟ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ବେଳେ ଦାୟିତ୍ବରେ ରହିଥିଲେ। ଦ୍ବିତୀୟ ପର୍ଯ୍ୟାୟ ମେଟ୍ରୋ ନିର୍ମାଣ ପାଇଁ ପ୍ରାୟ ୭,୧୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୧୬ଟି ଷ୍ଟେସନ ରହିଛି। ଏହାଦ୍ବାରା ବେଙ୍ଗାଲୁରୁରେ ମେଟ୍ରୋ ରେଳ ଲାଇନ ୯୬ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ତୃତୀୟ ପର୍ଯ୍ୟାୟରେ ୧୫,୬୧୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ୪୪ କିମି ଲମ୍ବା ମେଟ୍ରୋ ଲାଇନର ଶିଳାନ୍ୟାସ କରିଥିଲେ।
ଆଉ ୩ ବନ୍ଦେଭାରତ ଏକ୍ସପ୍ରେସ୍ ଚାଲିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୩ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ବୋଙ୍ଗାଲୁରୁ କେଏସ୍ଆର ରେଳଷ୍ଟେସନରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଅଜନୀ(ନାଗପୁର)-ପୁଣେ, ବେଙ୍ଗାଲୁରୁ-ବେଲଗାଭି...
/sambad/media/media_files/2025/08/11/untitled-16-2025-08-11-06-57-34.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)