ଆଜି ୩ ଓଡ଼ିଆଙ୍କୁ ଭାଷ‌ା ସମ୍ମାନ

ନୂଆଦିଲ୍ଲୀ : ଆସନ୍ତାକାଲି ଓଡ଼ିଶାର ୩ ଜଣ ପ୍ରଫେସର ଗଗନେନ୍ଦ୍ର ନାଥ ଦାସ, ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ହଳଧର ନାଗ୍‌ଙ୍କୁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରାଯିବ। ରବିନ୍ଦ୍ର ଭବନ ପ୍ରାଙ୍ଗଣରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର କମ୍ବାର ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରିବେ। ୨୯‌ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନ୍ତର୍ଗତ ଭାଷା ପୁରସ୍କାର-୨୦୧୮ ଅନ୍ତର୍ଗତ ଦାଶରଥୀ ଦାସଙ୍କୁ ପୁରସ୍କୃତ କରାଯିବ। ଆସନ୍ତାକାଲି ଠାରୁ କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ବାରା ଆରମ୍ଭ ହେଉଥିବା ୫ ଦିନିଆ ବାର୍ଷିକ ସାହିତ୍ୟ ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ପାଖାପାଖି ୨୦୦ ପ୍ରତିନିଧି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର