ନୂଆଦିଲ୍ଲୀ : ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରାଯାଇଛି।

Advertisment

ସମ୍ମାନିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ତିନିଜଣ କୃଷି ବୈଜ୍ଞାନିକ। କୃଷି ଓ ସମ୍ବନ୍ଧୀୟ ବିଜ୍ଞାନରେ ସର୍ବୋତ୍ତମ ଇଣ୍ଟରଡିସିପ୍ଲିନାରି ଟିମ ରିସର୍ଚ ପାଇଁ ନାନାଜି ଦେଶମୁଖ ଆଇସିଏଆର‌୍ ସମ୍ମାନରେ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇ, କଟକର ମୁଖ୍ୟ ବୈଜ୍ଞାନିକ (ପ୍ରିନ୍ସପାଲ୍‌ ସାଇଣ୍ଟିଷ୍ଟ୍‌) ଡ. ଏକେ ନାୟକଙ୍କୁ ସମ୍ମାନିତ କରାଯାଇଛି। ସେହିଭଳି ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇ, କଟକର ବୈଜ୍ଞାନିକ ଡ. ଉପେନ୍ଦ୍ର କୁମାରଙ୍କୁ ପ୍ରାକୃତିକ ସମ୍ପଦ ପରିଚାଳନା ଓ କୃଷି ପାଇଁ ଆଇସିଏଆର୍‌ ପୁରସ୍କାର -୨୦୨୦ ଏବଂ ଡ. ପ୍ରବୀଣ କୁମାର ମେହେରଙ୍କୁ ସୋସିଆଲ୍‌ ସାଇଣ୍ଟିଷ୍ଟ୍‌ ବିଭାଗରେ ଆଇସିଏଆର୍‌-୨୦୨୦ ପୁରସ୍କାରରେ ସମ୍ମାନିତ କରାଯାଇଛି। ୧୬ଟି ବିଭିନ୍ନ ବିଭାଗରେ ୬୦ ଜଣଙ୍କୁ ଭର୍ଚୁଆଲ୍‌ ବ୍ୟବସ୍ଥାରେ ପୁରସ୍କୃତ କରାଯାଇଥିଲା। ପ୍ରତିଷ୍ଠା ଦିବସରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।