୩ ଓଡ଼ିଆଙ୍କୁ ୩ ରାଜ୍ୟର ନିର୍ବାଚନ ପ୍ରଚାର ମଙ୍ଗ

ନୂଆଦିଲ୍ଲୀ : ୩ ରାଜ୍ୟର ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି ୩ ଓଡ଼ିଆ। ବିଜେପି କେନ୍ଦ୍ର ନେତୃତ୍ବ ଏମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଦାୟିତ୍ବ ନ୍ୟସ୍ତ କରାଯାଇଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ପୌର ନିର୍ବାଚନ ପ୍ରଚାର ଦାୟିତ୍ବ ଦିଆଯାଇଛି। ସେହିଭଳି ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ମଣିପୁର ନିର୍ବାଚନ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏମାନେ ବାହାର ରାଜ୍ୟର ନିର୍ବାଚନ ଦାୟିତ୍ବରେ ବ୍ୟସ୍ତ ରହୁଥିବାରୁ ଓଡ଼ିଶା ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ୍‌ ବ୍ୟବସ୍ଥାରେ ଭୋଟରଙ୍କୁ ସମ୍ବୋଧନ କରୁଛନ୍ତି।

ସମ୍ବନ୍ଧିତ ଖବର