ଓଭରବ୍ରିଜ ଉପରେ ହୁତୁହୁତୁ ହୋଇ ଜଳିଗଲା କାର, ଜୀବନ୍ତ ଦଗ୍ଧ ହୋଇଗଲେ ମା’ ଓ ଦୁଇ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଯମୁନା ଡିପୋ ନିକଟରେ ରବିବାର ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ କାଲକାଜିରୁ ନିଜ ଘରକୁ ଫେରୁଥିବା ପରିବାର ଗାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ଏହି ଗାଡ଼ିରେ ବସିଥିବା ଜଣେ ମହିଳା ରଞ୍ଜନା ମିଶ୍ରା ଓ ତାଙ୍କ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଡ଼ି ଚଳାଉଥିବା ଉପେନ୍ଦ୍ର ମିଶ୍ରା ଓ ତାଙ୍କର ଏକ ଝିଅକୁ ଗାଡ଼ିରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଉପେନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ରଞ୍ଜନା, ଝିଅ ରିଦ୍ଧି, ସିଦ୍ଧି ଏବଂ ନିକିଙ୍କ ସହ କାଲକାଜି ମନ୍ଦିର ଯାଇଥିଲେ। ତାଙ୍କ କାରରେ ସିଏନଜି କିଟ୍‌ ଲାଗିଥିଲା । ମନ୍ଦିରରୁ ଦର୍ଶନ ସାରି ଫେରିବା ସମୟରେ ପତ୍ନୀ ଅକ୍ଷରଧାମ ମନ୍ଦିର ଯିବା ପାଇଁ କହିଥିଲେ । ଏହାପରେ ଉପେନ୍ଦ୍ର କାର୍‌ ବୁଲାଇଥିଲେ। ରେଲୱେ ଓଭରବ୍ରିଜରେ ପହଞ୍ଚିବା କ୍ଷଣି କାରଟି ହଠାତ୍‌ ହୁତୁହୁତୁ ହୋଇ ଜଳି ଉଠିଥିଲା । ଉପେନ୍ଦ୍ର କୌଣସି ଉପାୟରେ ପଛ ସିଟରେ ବସିଥିବା ଝିଅ ସିଦ୍ଧିକୁ ଧରି ବାହାରକୁ ବାହାରି ଆସିଥିଲେ । କିନ୍ତୁ କାରରେ ପତ୍ନୀଙ୍କ ସମେତ ଦୁଇ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର