ସିମଲା: ହିମାଚଳରେ ପୁଣି ଥରେ ଦେଖିବାକୁ ମିଳିଛି ପ୍ରକୃତିର କୋପ । ସୋମବାର ରାତିରୁ ପ୍ରବଳ ବର୍ଷା ପରେ ବେହାଲ ହୋଇଛି ହିମାଚଳ । ବାଦଲ ଫଟା ବର୍ଷା ପରେ ମଣ୍ଡି ଏବଂ ନିହରିରେ ସ୍ଥିତି ସଙ୍ଗୀନ ହୋଇଛି । ଭୂସ୍ଖଳନ ସହ ପାହାଡ ଧସିବା କାରଣରୁ ଅନେକ ଘର ଦବି ଯାଇଛି । ତେବେ ଭୂସ୍କଳନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି ।
ସେପେଟେ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ରାଜଧାନୀ ସିମଲା, ମଣ୍ଡି ଏବଂ ଅନ୍ୟ କିଛି ସ୍ଥାନ । ଗତରାତିରେ ୧୪୧ ମିଲିମିଟର ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳ ପରି ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ଫୁଲିଛି, ରାସ୍ତା ଭାଙ୍ଗିଛି, ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ଟ୍ରାନ୍ସଫରମର ଭାଙ୍ଗି ପଡିଛି. ବିଜୁଳି ସଂଯୋଗ ବ୍ୟାଘାତ ହୋଇଛି ।
Mandi, Himachal Pradesh | Three people were dead, and two others were rescued after a landslide occurred in the Nihri area of Mandi district. Debris from an adjoining cliff slid onto a house, causing it to collapse. Rescue teams rushed to the spot, and operations are still… pic.twitter.com/CKCwcW5ugk
— ANI (@ANI) September 16, 2025
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡିର ଧରମପୁର । ସେଠାରେ ବାଦଲଫଟା ବର୍ଷା କାରଣରୁ ବସଷ୍ଟାଣ୍ଡ ବୁଡି ଯାଇଛି । ପୂରା ପାଣି ପାଟିରେ ରହିଛି ବସଷ୍ଟାଣ୍ଡ । ଶତାଧିକ ବସ ପାଣିରେ ବୁଡିକି ରହିଛି । ଅନେକ ବାଇକ୍ ପାଣିର ପ୍ରଖର ସୁଅରେ ଭାସି ଯାଇଛି । ରାତିରେ ପାଣି ଏତେ ଜୋର ବଢିଲା କି ଲୋକେ ଜୀବନ ବଞ୍ଚାଇବା ପାଇଁ ଘରର ଛାତକୁ ଚଢିଯାଇଥିଲେ । ଘରେ ପାଣି ପଶିବା ସହ ଦୋକାନ ବଜାରରେ ବି ପଶି ଯାଇଛି ।
ବର୍ଷା କାରଣରୁ ୩ଟି ହାଇଓ୍ୱେ ବନ୍ଦଲ ହେବା ସହ ୬୫୩ଟି ସଡକ ବନ୍ଦ ହୋଇଛି । ଯୋଗାଯୋଗ ପୂରା ଠପ ହୋଇଛି । ୧୨୦୫ ଟ୍ରାନ୍ସଫରମର ଖରାପ ହୋଇଯାଇଛି । ପାଣି ବଢୁଥିବାରୁ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।