ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବ ମାଣ୍ଡ୍ୟା ଜିଲ୍ଲା ଅନ୍ତର୍ଗତ ଗୁଟ୍ଟାଲୁ ସ୍ଥିତ ଅର୍କେଶ୍ବର ସ୍ବାମୀ ମନ୍ଦିର ଭିତରେ ତିନି ଜଣ ପୂଜକଙ୍କୁ ଅତି ନୃଶଂସ ଭାବେ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂଚନାନୁଯାୟୀ, ଗଣେଶ, ପ୍ରକାଶ ଓ ଆନନ୍ଦ ନାମକ ଏହି ତିନି ଜଣ ପୂଜକଙ୍କର ବୀଭତ୍ସ ମୃତଦେହ ଆଜି ସକାଳୁ ମନ୍ଦିର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବା ବେଳେ ଏଭଳି ହତ୍ୟା ପଛରେ ମନ୍ଦିରର ହୁଣ୍ଡି ଲୁଟିବା ହିଁ କାରଣ ହୋଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। କାରଣ ହତ୍ୟାକାରୀ ଲୁଟେରାମାନେ ହୁଣ୍ଡିକୁ ଖୋଲା କରି ସେଥିରେ କେବଳ କିଛି ଖୁଚୁରା ପଇସା ଛାଡ଼ି ଯାଇଛନ୍ତି। ସନ୍ଧାନୀ କୁକୁର ଓ ଅପରାଧୀ ବିଶେଷଜ୍ଞଙ୍କ ଦ୍ବୃାରା ତଦନ୍ତ ଜାରି ରହିଥିବା ବେଳେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ମନ୍ଦିରରେ ତିନି ପୂଜକଙ୍କୁ ହତ୍ୟା
/sambad/media/post_attachments/wp-content/uploads/2020/09/sri-arkeshwara-swamy-temple-_5f5b66e9c3c19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)