ଜିଲ୍ରୟ: ରବିବାର ଦିନ ଉତ୍ତର କାଲିଫର୍ଣ୍ଣିଆର ବାର୍ଷିକ ଖାଦ୍ୟ ମେଳାରେ ଗୁଳିକାଣ୍ଡ ଯୋଗୁଁ ତିନି ଜଣ ଲୋକ ନିହତ ହୋଇଛନ୍ତି ଓ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି।
ତିନି ଦିନିଆ ଖାଦ୍ୟ ମେଳା ଓ ରନ୍ଧନ ପ୍ରତିଯୋଗିତା ଏବଂ ଗୀତସଙ୍ଗୀତ ଚାଲିଥିବା ଅନୁଷ୍ଠାନରେ ଏକ ଲକ୍ଷରୁ ଅଧିକ ଜନସମାଗମ ହୋଇଥିଲା। ରବିବାର ଥିଲା ଜିଲ୍ରୟ ଗାର୍ଲିକ ଫେଷ୍ଟିଭାଲ୍ର ଅନ୍ତିମ ଦିବସ।
ସନ୍ଧ୍ୟା ୫: ୩୦ ମିନିଟ୍ରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ପ୍ରଥମ ଭିଡିଓରେ ଦେଖା ଯାଉଛି ଉତ୍ସବରେ ଲୋକେ ଜୀବନ ବିକଳେ ନିରାପଦ ସ୍ଥାନକୁ ଧାଇଁ ଯାଉଛନ୍ତି।
ଜଣେ ସନ୍ଦିଗ୍ଧକୁ ହାଜତକୁ ନିଆଯାଇଥିବା କଥା ସ୍ଥାନୀୟ ସହର କାଉନ୍ସିଲର୍ କର୍ମୀ ଡାଇଅନ୍ ବ୍ରାକୋ କହିଛନ୍ତି।
ଆଉ ଅଧିକ ସନ୍ଦିଗ୍ଧ ଥିଲେ କି, ନାହିଁ ତାହା ଜଣାପଡ଼ି ନାହିଁ। ଗୁଳିକାଣ୍ଡରେ ୧୧ ଜଣ ଲୋକ ଆହତ ହୋଇଥିବା କଥା ଆମ୍ବୁଲାନ୍ସ୍ କର୍ମଚାରୀମାନେ କହିଛନ୍ତି।
ଏ ଘଟଣା ପରେ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଟୁଇଟ୍ କରିଛନ୍ତି: ହୁସିଆର୍ ଓ ନିରାପଦ୍ ରୁହନ୍ତୁ।
ଏ ସଂକ୍ରାନ୍ତରେ ମେଳା କର୍ମଚାରୀମାନେ ହଠାତ୍ କିଛି କହି ନାହାନ୍ତି।