ଷ୍ଟକହୋମ: ପଦାର୍ଥ ବିଜ୍ଞାନରେ ଆଜି ୩ ଜଣଙ୍କୁ େନାବେଲ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ଆମେରିକାର ଡ. ଆର୍ଥର୍ ଅସ୍କିନ୍, ଫ୍ରାନ୍ସର ଜେରାର୍ଡ ମୁରୋ ଏବଂ କାନାଡ଼ାର ଡୋନା ଷ୍ଟ୍ରିକଲାଣ୍ଡ ରହିଛନ୍ତି। େଲଜର ଫିଜିକ୍ସେର ଗବେଷଣା ଏବଂ ଉଦ୍ଭାବନ ପାଇଁ ଏମାନଙ୍କୁ ନୋବେଲ ପାଇଁ ଚୟନ କରାଯାଇଛି। ତେବେ ଗତ ୫୫ ବର୍ଷ ମଧ୍ୟରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ହାସଲ କରିବାରେ ଡୋନା ଷ୍ଟ୍ରିକଲାଣ୍ଡ ହେଉଛନ୍ତି ପ୍ରଥମ ମହିଳା। ତାଙ୍କ ପୂର୍ବରୁ ୧୯୬୩ ମସିହାରେ ମାରିଆ ଜୋପର୍ଟ-ମେୟରଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିଥିଲା। ୧୯୦୩ ମସିହାରେ ମ୍ୟାରୀ କ୍ୟୁରିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଚଳିତବର୍ଷ ଉନ୍ନତ ଲେଜର ଫିଜିକ୍ସ ଉଦ୍ଭାବନ ପାଇଁ ୩ ଜଣଙ୍କୁ ଚୟନ କରାଯାଇଛି। ସଫଳ ତଥା ସଠିକ୍ ଚକ୍ଷୁ ଅପରେସନ୍ ପାଇଁ ଏହା କାମରେ ଲାଗିପାରିବ। ଡକ୍ଟର ଆର୍ଥର ଅସ୍କିନ୍ (୯୬) ଏକ ଲେଜର କୌଶଳ ବିକାଶ କରିଛନ୍ତି, ଯାହାକୁ ଅପ୍ଟିକାଲ ଟ୍ବିଜର ବୋଲି କୁହାଯାଉଛି। ଅପରେସନ୍ ବେଳେ ଆଖି ମଧ୍ୟରୁ ସୂକ୍ଷ୍ମାତିସୂକ୍ଷ୍ମ ବାହ୍ୟ ଅଂଶ, ଅଦରକାରୀ ଜୀବନ୍ତ କୋଷ ଏବଂ ଭୂତାଣୁ କାଢ଼ିବାରେ ଏହା ସହାୟକ ହୋଇପାରିବ। ଅନ୍ୟପକ୍ଷେର ମୁରୋ ଏବଂ ଷ୍ଟ୍ରିକଲାଣ୍ଡ ମିଳିତ ଭାବେ ସବୁଠୁ ଛୋଟ ଏବଂ ଉନ୍ନତ ଲେଜର ପଲ୍ସ ବିକାଶ କରିଛନ୍ତି। ନୋବେଲ ପୁରସ୍କାର ବାବଦରେ ଡକ୍ଟର ଆର୍ଥରଙ୍କୁ ପ୍ରାୟ ୧.୦୧ ନିୟୁତ ଡଲାର ରାଶି ମିଳିବାକୁ ଥିବା ବେଳେ ମୁରୋ ଏବଂ ଷ୍ଟ୍ରିକଲାଣ୍ଡ ୧.୦୧ ନିୟୁତ ଡଲାରରୁ ଅଧା ଲେଖାଏଁ ନେବେ।
ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ: ୫୫ ବର୍ଷ ପରେ ମହିଳା ବିଜେତା
/sambad/media/post_attachments/wp-content/uploads/2018/10/Nobel-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)