ସ୍ବାସ୍ଥ୍ୟ ମନ୍ତ୍ରାଳୟର ୩ ବରିଷ୍ଠ ଅଧିକାରୀ ସଂକ୍ରମିତ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ମନ୍ତ୍ରାଳୟର ୩ ଜଣ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ହଠାତ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସ୍‌ ‘ନିର୍ମାଣ ଭବନ’ରେ ସଂକ୍ରମଣ ମାମଲା ବଢ଼ିଯିବାରୁ ମନ୍ତ୍ରାଳୟ ପକ୍ଷରୁ ଅଫିସ୍‌ରେ ସଂକ୍ରମଣ ରୋକିବାପାଇଁ ଜରୁରୀ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି। ଅଫିସ୍‌କୁ ଭଲଭାବେ ସଂକ୍ରମଣମୁକ୍ତ କରିବାପାଇଁ ମନ୍ତ୍ରାଳୟର ସମଗ୍ର ପରିସରକୁ ଆଗାମୀ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । କେବଳ ଏମର୍ଜେନ୍ସି କୋଭିଡ୍‌ ଟିମ୍‌ କାମ କରିବାପାଇଁ ଅନୁମତି ମିଳିଛି। ସମସ୍ତ କର୍ମଚାରୀଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ସେହିପରି ସଂକ୍ରମଣ ଲକ୍ଷଣ ନଥିବା ସମସ୍ତ କର୍ମଚାରୀ ଅଫିସ୍‌ ଆସିପାରି‌ବେ। କନ୍ତୁ ସାମାଜିକ ଦୂରତା‌ ଅବଲମ୍ବନ କରିବାକୁ ପଡ଼ିବ। ସେହିପରି ଜଣେ ଅନ୍ୟ ଜଣଙ୍କ ଫୋନ୍‌, ଡେସ୍କ ଏବଂ ଅନ୍ୟାନ୍ୟ ଉପରକରଣକୁ ବ୍ୟବହାର କରିବାପାଇଁ ମଧ୍ୟ ମନା କରାଯାଇଛି। ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକଜୁଟ୍‌ ନହେବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର