ନୂଆଦିଲ୍ଲୀ: ଜୁନ ୪ ତାରିଖରେ ନିଟ ପରୀକ୍ଷାର ଫଳାଫଳ ବାହାରିବା ପରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତାର କାହାଣୀ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି।
ଏହି କ୍ରମରେ ଆଗ୍ରାର ଏକ ପରିବାର ଚର୍ଚ୍ଚାର ପରିସରକୁ ଆସିଛି। ଏହି ପରିବାରର ତିନିଭାଇଭଉଣୀ ଏକାସାଙ୍ଗରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ଉତ୍ତରପ୍ରଦେଶର ଆଗ୍ରାର ଦୟାଲବାଗରେ ବସବାସ କରୁଥିବା ଭୋଳାରାମ ତ୍ୟାଗୀଙ୍କ ପରିବାରକୁ ଲୋକେ ଡାକ୍ତର ପରିବାର କହିବା ଆରମ୍ଭ କରି ଦେଇଛନ୍ତି। ଭୋଳାରାମଙ୍କ ତିନିପୁଅ ଅଛନ୍ତି। ବଡ଼ ପୁଅଙ୍କ ପୁଅ ଅଜୟ ତ୍ୟାଗୀ ପୂର୍ବରୁ ହିଁ ଏମବିବିଏସ ପାଠ ଶେଷ କରି ସାରିଛନ୍ତି।
ସାନପୁଅ ହେତରାମଙ୍କ ଦୁଇଜଣ ସନ୍ତାନ ପୂଜା, ମନୋଜ ନିଟ ପରୀକ୍ଷାରେ ସଫଳ ହୋଇଥିବା ବେଳେ ଭୋଳାରାମଙ୍କ ତୃତୀୟ ପୁଅ ଶିବ ତ୍ୟାଗୀଙ୍କ ଝିଅ ମାନସୀ ବି ଚଳିତ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂଜା ୭୨୦ନମ୍ବରରୁ ୬୭୬, ମନୋଜ ୬୭୧ ଓ ମାନସୀ ୬୪୦ ନମ୍ବର ରଖି ନିଟରେ ସଫଳ ହୋଇଛନ୍ତି।
ନାତି ଓ ନାତୁଣୀଙ୍କ ସଫଳତାକୁ ନେଇ ଜେଜେବାପା ଭୋଳାରାମ କହିଛନ୍ତି, ‘ ମୋର ନାତି ମନୋଜ ଓ ଦୁଇ ନାତୁଣୀ ପୂଜା ଓ ମାନସୀ ନିଟରେ ସଫଳ ହେବା ପାଇଁ ଖୁବ ପରିଶ୍ରମ କରନ୍ତି। ସେମାନେ ମୋବାଇଲ ଓ ଟିଭି ଠାରୁ ପାଖାପାଖି ୨ବର୍ଷ ହେବ ଦୂରେଇ ଯାଇଥିଲେ।
ପାଠପଢ଼ାରେ ନିଜକୁ ବୁଢ଼ାଇ ଦେଇଥିଲେ। ସେମାନଙ୍କୁ କୌଣସି ପାର୍ଟି, ଉତ୍ସବରେ ଡାକିଲେ ଯିବାକୁ ମନା କରି ଦେଇଥାଆନ୍ତି। ବରଂ କୌଣସି ସ୍ଥାନକୁ ଯାଇଥିଲେ କୌଣସି ପୁସ୍ତକ ଆଣି ଦେଲେ ମନୋଜ, ପୂଜା ଓ ମାନସୀ ଖୁବ ଖୁସି ହୋଇଯାଇଥାଆନ୍ତି। ମୋର ନାତି ଓ ନାତୁଣୀ ପିଲାଟି ଦିନରୁ ଗୁରୁଜନଙ୍କ କଥା ମାନି ଆସିଛନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/503597b2-1674-4be9-a0cc-081b80764c64.jpg)