ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀର ୩ ଜଣ ଯବାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉକ୍ତ ୩ ଯବାନ ଗତ ଜାନୁଆରି ୯ ତାରିଖରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ ପରେଡ୍ ପଡ଼ିଆରେ ତଥା ହେଲିକପ୍ଟର ଅବତରଣ ଅଭ୍ୟାସ କରୁଥିବାବେଳେ ଦଉଡ଼ି ଛିଡ଼ିଯିବାରୁ ଖସି ପଡ଼ିଥିଲେ। ଦୁର୍ଘଟଣା ୩ ଯବାନ ଗୁରୁତର ଆହତ ହୋଇଥିବାବେଳେ ସମସ୍ତେ ଏବେ ବିପଦମୁକ୍ତ ଅଛନ୍ତି। ଆସନ୍ତା ଜାନୁଆରୀ ୧୫ ତାରିଖରେ ବାର୍ଷିକ ସେନା ଦିବସ ପରେଡ୍ ପାଇଁ ପୂର୍ବାଭ୍ୟାସ ଚାଲିଥିବାବେଳେ ସେମାନେ ଏଏଲ୍ଏଚ (ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର)ରେ ଅବତରଣ ଅଭ୍ୟାସ କରୁଥିଲେ। କିନ୍ତୁ ଏଏଲଏଚ୍ରୁ ଦଉଡ଼ି ଛିଡ଼ିଯିବା ଫଳରେୁ ୩ ଯବାନ୍ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣାପରେ ସେନାବାହିନୀ ପକ୍ଷରୁ ଅବତରଣ ଅଭ୍ୟାସ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି ଏବଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ହେଲିକପ୍ଟରରୁ ପଡ଼ି ୩ ଯବାନ ଆହତ
/sambad/media/post_attachments/wp-content/uploads/2018/01/helicopter-f_1515641979.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)