ପୃଥକ ଘଟଣାରେ ତିନି ଛାତ୍ରୀଙ୍କ ଆତ୍ମହତ୍ୟା

ମୁମ୍ବାଇ: ପାଠପଢ଼ାକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ତିନିଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ଜଣେ ଶେଷବର୍ଷ ଡାକ୍ତରୀ ଛାତ୍ରୀ ଓ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଲୁଧିଆନାର ଜଣେ ଶେଷବର୍ଷ ଫିଜିଓଥେରାପି ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଡାକ୍ତରୀ ଛାତ୍ରୀ ଶ୍ରେୟାସା ପାଠକ ଘରେ କେହି ନଥିବାବେଳେ ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ସେ କୌଣସି ସୁଇସାଇଡ୍‌ ନୋଟ୍‌ ଛାଡ଼ିଯାଇ ନାହାନ୍ତି।

ଗତ ଏକ ମାସ ମଧ୍ୟରେ ମୁମ୍ବାଇର ଦୁଇଟି ଅଗ୍ରଣୀ ମେଡିକାଲ କଲେଜର ଦୁଇ ଜଣ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଅନ୍ୟ ଏକ ଘଟଣାରେ ଗତକାଲି ସେଣ୍ଟ୍ରାଲ ମୁମ୍ବାଇର ଏନ୍‌ ଏମ୍‌ ଯୋଶୀ ମାର୍ଗରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ବେକରେ ଗାମୁଛା‌ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ରାତିରେ ତାଙ୍କୁ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବାକୁ କହି ବାପା ମା’ ଗାଳି କରିଥିଲେ। ପରଦିନ ସକାଳେ ସେ ଆତ୍ମହତ୍ୟା କରିଥିଲେ। ସେହିଭଳି ଲୁଧିଆନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଫିଜିଓଥେରାପି ବିଭାଗର ଶେଷବର୍ଷ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଇଷା ନଗର କାଲଭାରି ଚର୍ଚ୍ଚ ନିକଟରେ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଠିକ୍‌ ଭାବେ ପଢ଼ାପଢ଼ି କରିପାରୁନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ତାଙ୍କ ପିତା (ଲୁଧିଆନାର ଏକ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରିନ୍ସପାଲ)ଙ୍କୁ ସେ ସୁଇସାଇଡ୍‌ ନୋଟ୍‌ରେ କ୍ଷମା ମାଗିଛନ୍ତି।

ସମ୍ବନ୍ଧିତ ଖବର