ବେଙ୍ଗାଲୁରୁ: ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ହୋଇଗଲାଣି। ଏହି ସ୍ମାର୍ଟଫୋନ୍ ଜରିଆରେ ବିଭିନ୍ନ ଶୈଳୀରେ ସେଲଫି ନେଇ ସୋସିଆଲ ମଡିଆରେ ଛାଡ଼ିବା ଯେମିତି ଏକ ପ୍ରତିଯୋଗିତା ସାଜିଛି। ମଙ୍ଗଳବାର ରେଳଧାରଶରେ ସେଲଫି ନେଉଥିବା ସମୟରେ ଟ୍ରେନ୍ରେ କଟି ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ବେଙ୍ଗାଲୁରୁ ହେଜଜଲା ଓ ବିଦାଦିର ମଧ୍ୟରେ ଏଭଳି ଏକ ହୃଦୟବିଦାରକ ଘଟଣା ଆଜି ସକାଳ ଘଟିଛି।
ସ୍ଥାନୀୟ ରେଲେଓ୍ଵ ପୁଲିସ ଅଧକ୍ଷକ ଏନ୍.ଚିତ୍ରଙ୍କ କହିବାନୁସାରେ, ମହିସୁରରୁ ବେଙ୍ଗାଲୁରୁ ଯାଉଥିବା ଗୋଲାଗୁମ୍ବଜ ଏକ୍ସପ୍ରେସରେ କଟି ତିନିଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପ୍ରତୀକ, ରୋହିତ ଓ ପ୍ରଭୁ ବୋଲି ଜଣାପଡ଼ିଛି। ତିନିଜଣ ବେଙ୍ଗାଲୁରୁର ପ୍ରି ୟୁନିଭର୍ସିଟିର ଛାତ୍ର ଥିଲେ।
ଏହି ତିନିଜଣ ମଙ୍ଗଳବାର ସକାଳେ ବାଡ୍ରୋଲାରେ ପିକନିକ କରିବାକୁ ଆସିଥିଲେ। ସକାଳ ୯ଟା ପାଖାପାଖି ହେବ ରାସ୍ତାରେ ଗାଡ଼ି ଅଟକାଇ ରେଳ ଧାରଣାରେ ସେଲଫି ନେବାକୁ ମନ କରିଥିଲେ। ରେଳ ଧାରଣାରେ ବସି ସେଲଫି ନେବାରେ ମଜି ଯାଇଥିବା ସମୟରେ ଖାଲି ପଡ଼ିଥିବା ରେଳ ଧାରଣାରେ ଟ୍ରେନ୍ ଆସି ଯାଇଥିଲା। ସେମାନେ ହଠାତ୍ କ’ଣ କରିବେ ଜାଣି ପାର ନଥିଲେ। ଫଳରେ ଟ୍ରେନ୍ଟି ତିନିଜଣଙ୍କ ଉପରକୁ ମାଡି ଯାଇଥିଲା। ଘଟଣାସ୍ଥଳରେ ତିନିଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଦୁଇଟି ବାଇକ୍ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/selfie-dead_1507029041-1.jpeg)