ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ମହିଳା ସଂରକ୍ଷଣ ବିଲ୍ ସଂସଦରେ ଗୃହୀତ କରିବା ନେଇ ସର୍ତ୍ତମୂଳକ ସହଯୋଗ ଲୋଡ଼ିଛନ୍ତି। ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ମାମଲାରେ ସରକାରଙ୍କ ମତ ସ୍ପଷ୍ଟ ରହିଛି ଏବଂ ତିନି ତଲାକ୍ ବିଲ୍ ସହିତ ଏହାକୁ ଗୃହୀତ କରାଇବାରେ କଂଗ୍ରେସ ସହଯୋଗ କରୁ ବୋଲି ରବିଶଙ୍କର କହିଛନ୍ତି। ମହିଳା ସଂରକ୍ଷଣ ବିଲ୍ ସମେତ ତିନି ତଲାକ ଏବଂ ନିକାହ ହଲାଲା ଉଚ୍ଛେଦ ବିଲ୍ ମଧ୍ୟ ଗୃହୀତ ହେବା ଜରୁରୀ ବୋଲି ସେ କହିଛନ୍ତି। କଂଗ୍ରେସ ଦଳର ଅନ୍ୟ ସହଯୋଗୀ ଏବଂ ବିରୋଧୀ ଦଳଗୁଡ଼ିକର ରାୟ ମହିଳା ସଂରକ୍ଷଣ ବିଲ୍ ନେଇ କ’ଣ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ରାହୁଲଙ୍କୁ ଆହ୍ଵାନ: ତିନି ତଲାକ ବିଲ୍ ବି ଗୃହୀତ ହେଉ
/sambad/media/post_attachments/wp-content/uploads/2018/07/rahul-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)