ଜମ୍ମୁ: ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ, ଜଣେ ସୁରକ୍ଷା କର୍ମୀ ସହିଦ

ଜମ୍ମୁ: ବୁଧବାର ଭୋର ଭୋରରୁ ଶ୍ରୀନଗରର ଫତେ କଦଲ ଅଞ୍ଚଳରେ ପୁଲିସ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୁଲିସ ଗୁଳିରେ ୩ ଜଣ ହାର୍ଡକୋର ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସେଠାରେ ଗୁଳି ବିନିମୟ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆରପିଏଫ ମିଳିତ ଭାବେ ଏହି ଗୁଳିବିନିମୟରେ ସାମିଲ ହୋଇଛନ୍ତି। ଶ୍ରୀନଗରର ଏସଏସପି ଇମତିଆଜ ଇସମାଇଲ ପରାଏ କହିଛନ୍ତି ଏହି କିଛି ଆତଙ୍କବାଦୀ ଫତେ କଦଲ ଅଞ୍ଚଳରେ ଛପି ରହିଥିବା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ସେଠାରେ ସୁରକ୍ଷା କର୍ମୀମାନେ ପହଞ୍ଚିବା ପରେ ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ପରେ ସୁରକ୍ଷା କର୍ମୀମାନେ ପାଲଟା ଜବାବ ଦେଇ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଜଣେ ପୁଲିସ କର୍ମୀ ମଧ୍ୟ ଏହି ଏନକାଉଣ୍ଟରରେ ସହିଦ ହୋଇଛନ୍ତି। ତେବେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନେ କେଉଁ ସଙ୍ଗଠନ ପାଇଁ କାର୍ଯ୍ୟ କରୁଥିଲେ ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି ବୋଲି ଏସଏସପି କହିଛନ୍ତି। ପରେ ସମଗ୍ର ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଚନ୍ତି। କୁହାଯାଉଛି ଯେ ବର୍ତ୍ତମାନ ସେହି ଅଞ୍ଚଳାରେ ଲସ୍କର ଇ ତୋଇବାର ବରିଷ୍ଠ କେତେଜଣ ଆତଙ୍କବାଦୀ ଛପି ରହିଛନ୍ତି। ସୁରକ୍ଷାକର୍ମୀ- ଆତଙ୍କବାଦୀ ଏନକାଉଣ୍ଟ ପାଇଁ ସମଗ୍ର ଅଞ୍ଚଳରେ ଇଣ୍ଟନେଟ୍‌ ସେବାକୁୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର