ଜମ୍ମୁ ଓ କଶ୍ମୀର: କୁଲଗାମ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦିନ ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଭୋର୍ ପ୍ରାୟ ୫: ୪୫ ସମୟରେ କୁଲଗାମ ଜିଲ୍ଲା ଅନ୍ତର୍ଗତ ଦହ୍ମାଲ୍ ହାଞ୍ଜି ପୋରା ନିକଟ ବଟପୋରା ଗ୍ରାମରେ ଏହି ଏନକାଉଣ୍ଟରର ସୂତ୍ରପାତ ହୋଇଥିଲା ।

ସିଆରପିଏଫ୍, ୧୮ ବାଟାଲିୟନ, ଜେକେପିର ଏସଓଜି ଏବଂ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଚଳାଉଥିବା ବେଳେ ଆତଙ୍କବାଦୀମାନେ ବାହାରି ଗୁଳି ଚଳାଇଥିଲେ ।

ଅଳ୍ପ ସମୟ ଗୁଳି ବିନିମୟ ହେବା ପରେ ଘଟଣାସ୍ଥଳରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Image Source: Hindustan Times

ନିକଟରେ ସେ ଆତଙ୍କବାଦୀମାନେ ତିନିଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ବୋଲି ଖବର ମିଳିଥିଲା ।

ଏଠାରେ ପ୍ରକାଶଯୋଗ୍ୟ କି, ଶୁକ୍ରବାର ଦିନ ନିରାପତ୍ତା ବଳ ଦୁଇଟି ପୃଥକ୍ ଅଭିଯାନରେ ହଣ୍ଡୱାରା ଏବଂ ସୋପୋର ଅଞ୍ଚଳରୁ ଲଶ୍କର-ଏ-ତୈବା ଅନୁବନ୍ଧିତ ଏକ ଆତଙ୍କବାଦୀ ସଂଗଠନର ୪ଜଣ ଆତଙ୍କବାଦୀ ଓ ୫ ଓଭରଗ୍ରାଉଣ୍ଡ୍ କର୍ମୀଙ୍କୁ ଗିରଫ କରିଥିଲେ ।

ସମ୍ବନ୍ଧିତ ଖବର