ଜମ୍ମୁ କାଶ୍ମୀର: ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ଆତଙ୍କବାଦୀ ନିପାତ

୨ ଜଣ ରାହୁଲ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ, ପୁଲୱାମାରେ ଜଣେ ଏସ୍‌ପିଓ ସହିଦ

ଶ୍ରୀନଗର : ଜମ୍ମୁ କାଶ୍ମୀର ବାନ୍ଦିପୁରାର ବ୍ରାର୍‌ ଅରାଗମ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ‌୍ ଅପରେସନ୍‌ ଜାରି ରହିଛି। ମିଳିଥିବା ସୂଚନାନୁଯାୟୀ ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ।

ଅନ୍ୟପକ୍ଷେ ଜମ୍ମୁ କାଶ୍ମୀର ପୁଲୱାମାରେ ଶୁକ୍ରବାର ଦିନ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀରର ଜଣେ ସ୍ବତନ୍ତ୍ର ପୁଲିସ ଅଫିସର୍‌ ରିୟାଜ ଅହମଦଙ୍କୁ ଆତଙ୍କବାଦୀମାନେ ତାଙ୍କ ବାସଭବନରେ ଗୁଳି କରିଥିଲେ। ନିକଟସ୍ଥ ହସ୍ପିଟାଲ୍‌‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ପୁଲୱାମାରେ ୩ ଜଣ ପାକ୍‌ ଆତଙ୍କବାଦୀ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ଅଂଚଳରେ ତଲାସୀ ଅଭିଯାନ ଜାରି ରହିଛି। ଦକ୍ଷିଣ କାଶ୍ମୀରରେ ସେନା-ପୁଲିସ-ସିଆର୍‌ପିଏଫ୍‌ର ମିଳିତ କାର୍ଯ୍ୟାନୁଷ୍ଠାନରେ ଜୈସ୍‌ ଓ ଲସ୍କର ଆତଙ୍କବାଦୀ ସଂଗଠନ ପ୍ରାୟ ମୂଳପୋଛ ଅବସ୍ଥାକୁ ଆସିଯାଇଥିବାରୁ ଆତଙ୍କବାଦୀମାନେ ଏବେ ହତାଶ ହୋଇ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ୍‌ କରୁଥିବା ପୁଲିସ ମୁଖ୍ୟ କହିଛନ୍ତି। ତହସିଲ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟାରେ ସଂପୃକ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ନିପାତ କରାଯିବା ଏକ ବଡ଼ ସଫଳତା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର