କେଉଁଠି ଖୁସି, କେଉଁଠି କୋହ : ନୂଆବର୍ଷରେ ଭୁଲିଗଲେ ତିନିଟି ପରିବାରକୁ

ନୂଆଦିଲ୍ଲୀ : ୨୦୨୦ ବର୍ଷକୁ ସ୍ବାଗତ କରିବା ଲାଗି ସାରା ଦେଶରେ ଉତ୍ସବରେ ପରିବେଶ ରହିଛି। ଲୋକେ ଖୁସି ମନାଇବାରେ ମାତିଥିବା ବେଳେ କିଛି ପରିବାର ଶୋକରେ ବୁଡ଼ି ରହିଥିଲା । ଏଥିରେ ରହିଛି ଦେଶର ସବୁଠୁ ବେଶି ଅଭିଶପ୍ତ ତିନିଟି ପରିବାର। ଯେଉଁ ପରିବାର ପାଇଁ ସାରା ଦେଶ ଏକାଠି ହୋଇ ଗର୍ଜନ ତର୍ଜନ କରୁଥିଲା ଏବଂ ପ୍ରଶାସନକୁ ଦୋହଲାଇ ଦେଉଥିଲା, ଉତ୍ସବ ପାଳନ ବେଳେ ସେହି ପରିବାରକୁ ଭୁଲି ଯାଇଛନ୍ତି ଲୋକେ। ନୂଆ ବର୍ଷରେ ଏହି ପରିବ‌ାରର ଲୋକଙ୍କ ଆଖିରୁ ଲୁହ ବୋହୁଥିବା ବେଳେ ସେମାନଙ୍କ ପାଖରେ କେହି ନଥିଲେ। ଏପରିକି ପଡ଼ୋଶୀ ମଧ୍ୟ ନୁହେଁ।

Hindustan Times

ଏହି ତିନିଟି ଅଭିଶପ୍ତ ପରିବାର ହେଲା ଦିଲ୍ଲୀର ନିର୍ଭୟା ପରିବାର ଏବଂ ଅନ୍ୟ ଦୁଇଟି ହେଲା ଉତ୍ତର ପ୍ରଦେଶର ଉନ୍ନାଓ ଏବଂ ହାଇଦ୍ରାବାଦର ସେହି ପରିବାର, ଯାହାଙ୍କ ଝିଅ ମାନବ ରୂପୀ ରାକ୍ଷାସଙ୍କ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ ଡିସେମ୍ବର ମାସରେ ହିଁ ଉନ୍ନାଓ ଓ ହାଇଦ୍ରାବାଦ ପୀଡ଼ିତା ଗଣଦୁଷ୍ମର୍ମର ଶିକାର ହୋଇଥିଲେ ଏବଂ ସେମାନଙ୍କୁ ଦୁର୍ବୃତ୍ତମାନେ ଜିଅନ୍ତା ପୋଡ଼ି ମାରି ଦେଇଥିଲେ। ଏଭଳି ଅମାନବୀୟ ଓ ବୀଭତ୍ସ କାଣ୍ଡ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। କିନ୍ତୁ ମା‌େସ ବି ଯାଇନି ଲୋକେ ଯେଭଳି ଏହି ପରିବାରକୁ ଭୁଲି ଗଲେ ତାହାକୁ ନେଇ ଏହି ପରିବାର ବିସ୍ମିତ ହୋଇଛନ୍ତି।

ହାଇଦ୍ରାବାଦରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରାଣୀଙ୍କ ପରିବାର ଲୋକେ କହୁଛନ୍ତି ଯେ ଦୋଷୀମ‌ାନେ ଦଣ୍ଡ ପାଇଛନ୍ତି ସତ, କିନ୍ତୁ ତାଙ୍କ ଝିଅ ଆଉ ଫେରିବ କି? ଏହି ଯନ୍ତ୍ରଣା ସହଜରେ ଯିବନାହିଁ। ସେହିଭଳି ଉନ୍ନାଓ ପୀଡ଼ିତା ପରିବାର ମଧ୍ୟ ଅନୁରୂପ ମତ ବ୍ୟକ୍ତ କରିଛନ୍ତି। ତେବେ ଏହି ବୀଭତ୍ସ କାଣ୍ଡର ଶିକାର ପରିବାର ପ୍ରତି ସମବେଦନା ଜଣାଇ ସଂପୃକ୍ତ ଅଞ୍ଚଳର ଲୋକେ ନୂଆବ‌ର୍ଷ ପାଳନ ନକରିଥିଲେ ଭଲ ହୋଇଥାନ୍ତା କେତେକ ଲୋକ ମତ ଦେଇଛନ୍ତି। ସେହିଭଳି ନିର୍ଭୟା ପରିବାର ଲୋକଙ୍କ ଆଖିରୁ ‌ଏବେ ବି ଲୁହ ସୁଖିନାହିଁ। ଏହି ପରିବାର ୭ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ରହିଛି। ଏହି କାଣ୍ଡରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ଫାଶୀଦଣ୍ଡ ପାଇଁ କୋର୍ଟ ରାୟ ଶୁଣାଇଥିଲେ ମଧ୍ୟ ସେମାନେ ଏପର୍ଯ୍ୟନ୍ତ ଦଣ୍ଡିତ ହୋଇ ନାହାନ୍ତି। ହାଇଦ୍ରାବାଦ ଭଳି ନିର୍ଭୟା ଦୋଷୀମାନଙ୍କୁ ଏନକାଉଣ୍ଟର କରିବା ଲାଗି ସେମାନେ ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରି ଜିଅନ୍ତା ପୋଡ଼ି ହତ୍ୟା କରିଥିଲେ। ତେବେ ପରବର୍ତୀ ସମୟରେ ସମସ୍ତ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ସେହିଭଳି ଏହାର କିଛି ଦିନ ପରେ ଉତ୍ତର ପ୍ରଦେଶର ଉନ୍ନାଓରେ ଗଣଦୁଷ୍କର୍ମର ଶିକାର ଯୁବତୀ କୋର୍ଟ ଯାଉଥିବା ବେ‌େଳ ଅଭିଯୁକ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦେଶ ସାରା ଉଦବେଗ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର