ନୂଆଦିଲ୍ଲୀ: ବୁଧବାର ଦିନ ହାଓ୍ଵାଇସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଜଏଣ୍ଟ୍ ବେସ୍ ପଅଲ୍ ହାର୍ବର୍-ହିକାମ୍ ଠାରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ଦୁଇ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି ଏବଂ ସନ୍ଦିଗ୍ଧ ଆତ୍ମହତ୍ୟା କରିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ ବେସ୍ କହିଛି: ପଅଲ୍ ହାର୍ବର୍ ନେଭାଲ୍ ସିପ୍ୟାର୍ଡରେ ହୋଇଥିବା ଗୁଳିକାଣ୍ଡର ଠିକଣା ଜବାବ ଦେଇଛନ୍ତି ଜେବିପିଏଚ୍ଏଚ୍ର ନିରାପତ୍ତା ବଳ।
ଏଥିରେ ଆହୁରି କୁହାଯାଇଛି, ରାତି ପ୍ରାୟ ୨: ୩୦ ମିନିଟ୍ରେ ଘଟଣାଟି ଘଟିଛି। ନିରାପତ୍ତା ବିପନ୍ନ କାରଣରୁ ଜେବିପିଏଚ୍ଏଚ୍ର ଫାଟକ ବନ୍ଦ ରଖାଯାଇଛି। ଏ ସଂକ୍ରାନ୍ତରେ ଅଧିକ ସୂଚନା ମିଳିଲେ ଖବର ପ୍ରକାଶ ପାଇବ।
ବେସ୍ର ଜଣେ ମୁଖପାତ୍ରୀ କହିଛନ୍ତି ଯେ ଗୁଳିକାଣ୍ଡ ହୋଇଥିବା କଥା ସତ୍ୟ। କିନ୍ତୁ ସେ ଏ ସଂକ୍ରାନ୍ତରେ ଅଧିକ କିଛି କହି ନାହାନ୍ତି।

ହାଓ୍ଵାଇ ନିଉଜ୍ ନାଓଁ କହିଛି କି, ବନ୍ଧୁକଧାରୀ ଆତ୍ମହତ୍ୟା କରିଛି । ତିନି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ହନଲୁଲୁ ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ ଜଏଣ୍ଟ୍ ବେସ୍ ପଅଲ୍ ହାର୍ବର-ହିକାମ୍ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଏଆର୍ ଫୋର୍ସ ଏବଂ ନେଭି ଇନ୍ଷ୍ଟଲେସନ୍ର ସଂଗଠନ।
ଡିସେମ୍ବର ୭, ୧୯୪୧ ମସିହା ଆକ୍ରମଣ ବାର୍ଷିକର ତିନି ଦିନ ପୂର୍ବରୁ ଏହି ଘଟଣା ଘଟିଛି। ସେଦିନ ଏହି ନୌସେନା ବେସ୍ରେ ଆକ୍ରମଣ ଘଟଣା ଯୋଗୁଁ ଜାପାନ ସହ ଯୁଦ୍ଧ ଘୋଷଣା କରି ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରବେଶ କରିଥିଲା।