ନୂଆଦିଲ୍ଲୀ: ୨୦୦୨ରେ ଗୋଧ୍ରା ଷ୍ଟେସନ ନିକଟରେ ସାବରମତୀ ଏକ୍ସପ୍ରେସ୍ରେ ଶିଶୁ ଓ ମହିଳାଙ୍କ ସମେତ ୫୯ଜଣ କରସେବକ (ଅଯୋଧ୍ୟାରୁ ଫେରୁଥିବା ରାମଭକ୍ତ)ଙ୍କୁ ଜିଅନ୍ତା ପୋଡ଼ି ଦିଆଯାଇଥିଲା। ଏହାପରେ ଗୁଜରାଟରେ ଭୟଙ୍କର ଦଙ୍ଗା ଘଟିଥିଲା। ଏହି ସମସ୍ତ ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ପ୍ରସଙ୍ଗରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ବହୁତ ଭଲ କଥା ଯେ ସତ୍ୟ ସାମ୍ନାକୁ ଆସୁଛି। ଏବଂ ଏପରି ଆସୁଛି ଯାହା ସାଧାରଣ ଲୋକ ଦେଖିପାରିବେ। ଏକ ମିଥ୍ୟା ପ୍ରଚାର କେବଳ କିଛି ସମୟ ନିମନ୍ତେ ରହିପାରିବ। ଶେଷରେ ସତ୍ୟ ସର୍ବଦା ଉନ୍ମୋଚିତ ହେବ। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରକୁ ଧୀରଜ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଅଭିନେତା ବିକ୍ରାନ୍ତ ମାସି ଏହାର ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି।
‘ସାବରମତୀ’ ଦ୍ବାରା ସତ୍ୟ ସାମ୍ନାକୁ ଆସିଛି: ପ୍ରଧାନମନ୍ତ୍ରୀ ମୋଦୀ
୨୦୦୨ରେ ଗୋଧ୍ରା ଷ୍ଟେସନ ନିକଟରେ ସାବରମତୀ ଏକ୍ସପ୍ରେସ୍ରେ ଶିଶୁ ଓ ମହିଳାଙ୍କ ସମେତ ୫୯ଜଣ କରସେବକ (ଅଯୋଧ୍ୟାରୁ ଫେରୁଥିବା ରାମଭକ୍ତ)ଙ୍କୁ ଜିଅନ୍ତା ପୋଡ଼ି ଦିଆଯାଇଥିଲା। ଏହାପରେ ଗୁଜରାଟରେ ଭୟଙ୍କର ଦଙ୍ଗା ଘଟିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)