ନୂଆଦିଲ୍ଲୀ: ରବିବାର ସଂଧ୍ୟାରେ ଉତ୍ତର ଭାରତରେ ଭୟଙ୍କର ଝଡ଼ତୋଫାନ ହୋଇଯାଇଛି। ରାଜଧାନୀ ଦିଲ୍ଲୀରେ ୧୦୯ କିଲୋମିଟର ବେଗରେ ପବନ ବହିବା ସହ ବାତ୍ୟା ହୋଇଥିଲା। ପ୍ରବଳ ଝଡ଼ତୋଫାନ ଓ ଅନ୍ଧାର ହେତୁ ଯାନବାହାନ ଯାତାୟତାରେ ବିଶେଷ ବାଧା ସୃଷ୍ଟି ହୋଇଛି। ଲୋକେ ଏହି ଝଡ଼ତୋଫାନ ହେତୁ ଘଣ୍ଟା ଘଣ୍ଟା ଧରି ମେଟ୍ରୋରେ ଫସି ରହିଲେ। ମେଟ୍ରୋ ଲାଇନ୍‌ ଉପରେ ଗଛ ପଡ଼ିଯାଇଥିବାରୁ ବରିଚାଳନା ବନ୍ଦ ରହିଥିଲା। ଖାଲି ଦିଲ୍ଲୀରେ ନୁହେଁ, ଏହି ତୋଫାନ ପ୍ରଭାବ ଅନ୍ୟ କିଛି ରାଜ୍ୟରେ ବି ଦେଖିବାକୁ ମିଳିଛି। କେତେକ ସ୍ଥାନରେ କୁଆପଥର ବି ପଡ଼ିଥିବାର ଦେଖିବାକୁ ମିଳୁଛି।

Advertisment

publive-image

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ରାଜପୁରା ଥାନାର ଚାଉପୁର୍‌ ଗାଁରେ ଅନ୍ଧାର ହେତୁ ଅଚାନକ ନିଆଁ ଲାଗିଗଲା। ନିଆଁ କିଛି ସମୟ ମଧ୍ୟରେ ପୂରା ଗାଁରେ ବ୍ୟାପିଯିବା ଫଳରେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଜୀବନ ବିକଳେ ଘର ଛାଡ଼ି ବାହାରକୁ ଦୌଡ଼ିବାକୁ ଲାଗିଥିଲେ। ସେହି ନିଆଁରେ ଟ୍ରାକ୍ଟର, ଟ୍ରଲି, କପଡ଼ା, ବାସନ ଓ ଆସବାପତ୍ର ଆଦି ଜଳି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇ ଯାଇଛି। ୧୨ରୁ ଊର୍ଧ୍ୱ ପଶୁ ବି ଜଳି ଯାଇଥିବା ସୂଚନା ରହିଛି। ନିଆଁ ଲିଭାଇବାକୁ ଯାଇ କେତେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଗାଁର କିଛି ପିଲାମାନଙ୍କର କୌଣସି ଖୋଜ୍‌ ଖବର ନାହିଁ। ସେମାନଙ୍କୁ ଖୋଜା ଚାଲିଛି।

ଝାଡ଼ଖଣ୍ଡରେ ବି ଗତ କିଛି ଦିନ ହେବ ଗ୍ରୀଷ୍ମ ପ୍ରଭାବରୁ ଲୋକେ ହନ୍ତସନ୍ତ ହେଉଥିଲେ। ରବିବାର ରାତିରେ ମୌସମରେ ଅଚାନକ ପରିବର୍ତ୍ତନ ଆସିବାରୁ ଟିକେ ଆସ୍ୱସ୍ତି ମିଳିଛି। ରାଜଧାନୀ ରାଞ୍ଚି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି।

publive-image

ହିମାଚଳ ପ୍ରଦେଶରେ ବି ପ୍ରବଳ ବର୍ଷା ହେତୁ ବହୁ ଜନଜୀବନ ପ୍ରଭାବିତ ହୋଇଛି। ରବିବାର ସଂଧ୍ୟାରେ ଭୟଙ୍କର ବର୍ଷା ହେବା ଫଳରେ ତାପମାତ୍ର ୨ ଡିଗ୍ରି ସେଲ୍‌ସିୟସ୍‌ ହୋଇଥିବା ରେକର୍ଡ ହୋଇଛି।

ହରିୟାଣାର କେଥଲ୍‌, ନୁହଁ, ରୋହତକ ସମତେ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଅବଶ୍ୟ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ମାତ୍ର ଜନଜୀବନ ପ୍ରଭାବିତ ହୋଇଛନ୍ତି। ପ୍ରବଳ ବର୍ଷା ହେତୁ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

publive-image

ମଧ୍ୟପ୍ରଦେଶ କେତେକ ସ୍ଥାନରେ ପବନ ସହ ବର୍ଷା ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସିଥିବା ରେକର୍ଡ ହୋଇଛି।

କୋଲକାତାରେ ବି ରବିବାର ସଂଧ୍ୟାରେ ବର୍ଷା ହେତୁ ଗରମରୁ ତ୍ରାହି ମିଳିଛି। ରବିବାର ଅପରାହ୍ନରେ ହଠାତ ଅନ୍ଧାର ଛାଇ ଯାଇଥିଲା। ସଂଧ୍ୟାରେ ବର୍ଷା ହେବା ହେତୁ ତାପମାତ୍ରା ଖସି ୨୮ ଡିଗ୍ରି ସେଲ୍‌ସିୟସ୍‌ରେ ପହଞ୍ଚିଛି।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ପ୍ରବଳ ବର୍ଷା ହେତୁ ୧୦ଟି ବିମାନର ଉଡ଼ାଣ ଉଡ଼ାଣର ମାର୍ଗ ପରିବର୍ତ୍ତନ କରାଯାଇଛି।