ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଧୂଳି ଝଡ଼ ଓ ବର୍ଷା ହୋଇଛି। ସହରକୁ କଳା ବାଦଲ ଢାଙ୍କି ରହିଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ବର୍ଷା ହେବାନେଇ ପୂର୍ବାନୁମାନ କରିଥିଲା। ତେବେ ହଠାତ୍‌ ଦିଲ୍ଲୀରେ ଝଡ଼ତୋଫାନ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ପରିସ୍ଥିତିକୁ ଦେଖି ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ସହରରେ ରାତି ୯ଟା ପର୍ଯ୍ୟନ୍ତ ‌ରେଡ ଆଲର୍ଟ ଜାରି କରିଥିଲା।

Advertisment

‌ଏହି ସମୟରେ ଲୋକମାନେ ଘରେ ରହିବାପାଇଁ ଏବଂ ଖୋଲା ସ୍ଥାନକୁ ନଯିବାପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି ହୋଇଥିଲା। ଖରାପ ପାଗ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି  ଏବଂ ୧୫ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି।  ଝଡ଼ତୋଫାନରେ  ଅନେକ ବଡ଼ ବଡ଼ ଗଛ  ଉପୁଡ଼ି ପଡ଼ିଛି। ପୂର୍ବଦିଲ୍ଲୀରେ କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।  ଏଥିପାଇଁ ବିଭିନ୍ନ ଅଂଚଳରେ ବଡ଼ ଧରଣର ଟ୍ରାଫିକ୍‌ ସମସ୍ୟା ମଧ୍ୟ ଉପୁଜିଛି।