ମୋଦୀଙ୍କ ଉପରେ ଥରୁର୍‌ଙ୍କ ନୂଆ ପୁସ୍ତକ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ‘ଦି ପାରାଡକ୍ସିକାଲ ପ୍ରାଇମ୍‌ ମିନିଷ୍ଟର- ନରେନ୍ଦ୍ର ମୋଦୀ ଆଣ୍ଡ୍‌ ହିଜ୍‌ ଇଣ୍ଡିଆ’ ନାମକ ପୁସ୍ତକ ଲେଖିଛନ୍ତି। ଥରୁର ଆଜି ଟ୍ବିଟରରେ ନିଜ ପୁସ୍ତକ ସଂପର୍କରେ ସୂଚନା ଦେଇ ୨୯ଟି ଅକ୍ଷର ବିଶିଷ୍ଟ ଏକ ଲାଟିନ୍‌ ଶବ୍ଦ ‘floccinaucinihilipilification’ ବ୍ୟବହାର କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଏହି ବିଚିତ୍ର ଶବ୍ଦର ଅର୍ଥ ହେଉଛି କୌଣସି ପ୍ରସଙ୍ଗକୁ ଅର୍ଥହୀନ ବୋଲି ଦର୍ଶାଇବା ପ୍ରକ୍ରିୟା କିମ୍ବା ଅଭ୍ୟାସ। ଏହି ଜଟିଳ ଶବ୍ଦକୁ ଦେଖି ଟ୍ବିଟର୍‌ ବ୍ୟବହାରକାରୀମାନେ ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ କଥା କହି ଅପନ୍ୟ କଥା କରୁଛନ୍ତି ଏବଂ ବିଭାଜନକାରୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଥରୁର କହିଛନ୍ତି।

ସମ୍ବନ୍ଧିତ ଖବର