ନୂଆଦିଲ୍ଲୀ: ଚର୍ଚ୍ଚାରେ ଥାଇରୋକେୟାର ଟେକ୍ନୋଲୋଜିସର ପ୍ରତିଷ୍ଠାତା ଏବଂ ସିଇଓ ଡକ୍ଟର ଆରୋକିଆସ୍ୱାମୀ ଭେଲୁମଣି। ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଘରକୁ ଯିବା ପାଇଁ କ୍ୟାବ୍ ସେବା ବାଛି ତାଙ୍କର ବିନମ୍ରତା ପ୍ରଦର୍ଶନ କରିଥିଲେ ଭେଲୁମଣି। ଅଧିକାଂଶ ଅତିଥି ବିଳାସପୂର୍ଣ୍ଣ କାରରେ ଆସିଥିବା ବେଳେ ସେ ବି ବିଳାସପୂର୍ଣ୍ଣ କାରରେ ଆସିଥିବେ ବୋଲି ଲୋକେ ଭାବିଥିଲେ। ହେଲେ ତାଙ୍କୁ କ୍ୟାବରେ ବସିବା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
True Luxury in Life.
— Dr. A. Velumani.PhD. (@velumania) January 25, 2025
In a 5 star hotel portico. At 10:30 pm.
After dinner, I called for OLA.
While waiting many insisted for a selfie. Long queue.
All high end cars of Rich are behind the OLA patiently.
When I sat in OLA it shocked all.
When you are tall. Be cool. Be…
ଏହା ବିଷୟରେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଡକ୍ଟର ଆରୋକିଆସ୍ୱାମୀ ଭେଲୁମଣି ଲେଖିଛନ୍ତି ଯେ, "ଜୀବନର ପ୍ରକୃତ ବିଳାସ। ଏକ ୫-ତାରକା ହୋଟେଲ ବାରଣ୍ଡାରେ। ରାତି ୧୦.୩୦ ରେ। ରାତ୍ରି ଭୋଜନ ପରେ, ମୁଁ ଓଲା ବୁକ୍ କରିବାକୁ ଫୋନ୍ କଲି। ଅପେକ୍ଷା କରିବା ସମୟରେ ଅନେକ ସେଲଫି ପାଇଁ ଜିଦ୍ କରିଥିଲେ। ମୁଁ ବୁକ୍ କରିଥିବା ଓଲା କାର୍ ପଛରେ ବିଳାସପୂର୍ଣ୍ଣ କାର୍ ଗୁଡ଼ିକର ଲମ୍ବା ଲାଇନ୍ ଲାଗିଥିଲା। ସମସ୍ତେ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ। ସେଲିଫି ଦେବା ପରେ ଯେତେବେଳେ ମୁଁ ଓଲାରେ ବସିଥିଲି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେତେବେଳେ ତୁମେ ଉଚ୍ଚକୁ ଯାଅ, ସେତେବେଳେ ଶାନ୍ତ ରହିବା ଉଚିତ୍। ମିତବ୍ୟୟୀ ହୁଅ। ନମ୍ର ହୁଅ।"
However costly the car is, in Mumbai for time management, just board a Local. #Mumbai #Borivali.
— Dr. A. Velumani.PhD. (@velumania) June 17, 2023
Car showed 70 mins.
Train took 18 mins. pic.twitter.com/v9GB837owL
ଏହା ପ୍ରଥମ ନୁହେଁ ପୂର୍ବରୁ ସେ ସମୟ ବଞ୍ଚାଇବା ପାଇଁ ଲୋକାଲ ଟ୍ରେନରେ ମଧ୍ୟ ଯାତ୍ରା କରିସାରିଛନ୍ତି।