ତିବ୍ଦତ ସହିତ ଚୀନ୍‌ ମିଶି ରହିବାକୁ ଚାହୁଁଛି: ଦଲାଇ ଲାମା

କୋଲକତା: ତିବ୍ଦତ ଚୀନ୍‌ ଠାରୁ ସ୍ୱାଧୀନତା ଚାହେଁ ନାହିଁ, ଚାହେଁ ଅଧିକ ପ୍ରଗତି। ଗୁରୁବାର ଦିନ ଏ କଥା କହିଛନ୍ତି ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା।

ଇଣ୍ଡିଆନ୍‌ ଚାମ୍ବର୍‌ ଅଫ୍‌ କମର୍ସ ଆୟୋଜନ କରିଥିବା ଏକ ସାକ୍ଷାତ୍‌କାର ସମୟରେ ସେ କହିଲେ ଯେ ଆମେ ସ୍ୱାଧୀନତା ଚାହୁଁ ନାହୁଁ, ଚୀନ୍‌ ସହିତ ମିଶି ରହିବାକୁ ଚାହୁଁ। କିନ୍ତୁ ଆମର ଅଧିକ ଉନ୍ନତି ଆବଶ୍ୟକ।

ସେ କହିଲେ ଯେ ତିବ୍ଦତର ସଂସ୍କୃତି ଏବଂ ଲିପି ଭିନ୍ନ। ଚୀନ୍‌ ଲୋକେ ତାଙ୍କ ଦେଶକୁ ଭଲ ପାଆନ୍ତି। ଆମେ ଆମ ଦେଶକୁ ଭଲ ପାଉ।

ୟାଙ୍ଗ୍‌ଜ୍‌ ଠାରୁ ଆରମ୍ଭ କରି ସିନ୍ଧୁ ଭଳି ବଡ଼ ନଦୀ ସବୁ ତିବ୍ଦତରୁ ବାହାରିଛନ୍ତି। କୋଟି କୋଟି ଲୋକ ଏଥିରେ ଜଡ଼ିତ। ତିବ୍ଦତୀୟ ଭୂଖଣ୍ଡର ଯତ୍ନ ନେବା କେବଳ ତିବ୍ଦତ ପାଇଁ ମଙ୍ଗଳ ନୁହେଁ, କୋଟି କୋଟି ଲୋକଙ୍କ ପାଇଁ ମଙ୍ଗଳ।

ଭାରତର ଧାର୍ମିକ ସହନଶୀଳତାକୁ ସେ ପ୍ରଶଂସା କରିଥିଲେ। କେତେକ ରାଜନେତା ତାହାକୁ କଳୁଷିତ କରୁଥିବାରୁ ବେଳେ ବେଳେ ସମସ୍ୟା ଉପୁଜୁଥିବା କଥା ସେ କହିଥିଲେ।

ଭାରତୀୟମାନେ ଚୀନ୍‌ ଲୋକଙ୍କ ଠାରୁ ଅଳସୁଆ ବୋଲି କହି ସେ ଭାରତୀୟମାନଙ୍କର ଆଳସ୍ୟ ପରାୟଣତାକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର