ଯେକୌଣସି ସ୍ଥାନରେ, ପରିସ୍ଥିତିରେ ଯୋଗ କରି ଶରୀରକୁ ସୁସ୍ଥ ରଖାଯାଇ ପାରିବ ବୋଲି ବାର୍ତ୍ତା ଦେଇ ବରଫରେ ଯୋଗାଭ୍ୟାସ କଲେ ଯବାନ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଯୋଗ ଦିବସ ଭାବରେ ପାଳନ କରାଯାଏ । ଏହି ଦିନରେ ଦେଶ ତଥା ଦେଶ ବାହାରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ତେବେ ଚଳିତବର୍ଷ ଦିଲ୍ଲୀଠାରୁ ଆରମ୍ଭ କରି ଲଦାଖ ଯାଏ ଲୋକମାନେ ଯୋଗ କରୁଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଯୋଗ ଦିବସରେ ବରଫ ଅଞ୍ଚଳରେ ରହୁଥିବା ଆଇଟିବିପି (ଭାରତ ତିବ୍ଦତ ସୀମା ପୁଲିସ)ର ଯବାନମାନେ ମଧ୍ୟ କଠିନ ଥଣ୍ଡାରେ ଯୋଗ ଦିବସରେ ଯୋଗ କରି ଲୋକମାନଙ୍କୁ ବର୍ତ୍ତା ପଠାଇଛନ୍ତି ।

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଆଇଟିବିପିର ଯବାନମାନେ ଲଦାଖରେ ପ୍ରାୟ ୧୮୦୦୦ ଫୁଟ ଉପରେ ଥିବା ବରଫ ଅଞ୍ଚଳରେ ଯୋଗ କରିଛନ୍ତି। ଯବାନମାନେ ଏପରି ହାଡଭଙ୍ଗା ଥଣ୍ଡାରେ ଯୋଗ କରି ଲୋକମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇଛନ୍ତି କି, ଯେକୌଣସି ପରିସ୍ଥିତି ହେଉନା କହିଁକି ଯଦି ମନରେ ଦୃଢ ଇଚ୍ଛାଶକ୍ତି ଏବଂ ମନବଳ ଥିବ ତେବେ ଯୋଗ ଯେକୌଣସି ସ୍ଥାନରେ ମଧ୍ୟ କରାଯାଇପାରିବ ଏବଂ ଶରୀରକୁ ସୁସ୍ଥ ରଖାଯାଇପାରିବ । କେବଳ ଯବାନ ମାନେ ନୁହଁନ୍ତି ଯୋଗ ଦିବସରେ ନୌସେନା ମଧ୍ୟ ବୁଡାଜାହାଜ ମଧ୍ୟରେ ଯୋଗ କରି ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକମାନଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର