ଭାରତରେ ଧର୍ମୀୟ ସ୍ୱାଧୀନତା ହ୍ରାସ ପାଉଥିବା ଖବର ସତ୍ୟ ନୁହେଁ, ଆମେରିକୀୟ ସରକାରଙ୍କ ରିପୋର୍ଟକୁ ଜାତିସଂଘ ପଦାଧିକାରୀଙ୍କ ଖଣ୍ଡନ

ନୂଆଦିଲ୍ଲୀ : ଧର୍ମୀୟ ସ୍ୱାଧୀନତା ମାମଲାରେ ଆମେରିକୀୟ ସରକାରଙ୍କ ରିପୋର୍ଟକୁ ନେଇ ବିବାଦ ଅବ୍ୟାହତ ରହିଛି । ଭାରତ ସରକାର ଏହାକୁ କଠୋର ଭଷାରେ ନିନ୍ଦା କରିଥିବାବେଳେ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି । ଏହି ଅଧିକାରୀ ହେଉଛନ୍ତି ଜାତିସଂଘର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା କମିଶନର ମୁଖ୍ୟ ଡଃ ତେନଜିଂ ଦୋରଜୀ ।

ଆମେରିକା ସରକାରଙ୍କ ଉପରୋକ୍ତ ରିପୋର୍ଟ ଉପରେ ସେ ଏକ କଡା ଜବାବ ଦେଇ ସେ ଲେଖିଛନ୍ତି ଯେ ଭାରତରେ ଧାର୍ମୀୟ ସ୍ୱାଧୀନତା ହ୍ରାସ ପାଉଥିବା ଖବର ସତ୍ୟ ନୁହେଁ । ସେ କହିଛନ୍ତି ଯେ ଭାରତ ଏକ ମୁକ୍ତ ସମାଜ ଓ ଏଠାରେ ସବୁ ଧର୍ମର ଲୋକେ ବସବାସ କରିବାର ସମାନ ଅଧିକାର ରହିଛି । ଏଠାରେ ଏକ ଗତିଶୀଳ ଗଣତନ୍ତ୍ର ରହିଛି ଓ ଏକ ମୁକ୍ତ ନ୍ୟାୟବ୍ୟବସ୍ଥା ରହିଛି । ଜଣେ ତିବ୍ଦତୀୟ ଶରଣାର୍ଥୀ ଭାବେ ଗତ ୩୦ ବର୍ଷ ହେଲା ଭାରତରେ ରହିବାର ଅଭିଜ୍ଞତା ବଖାଣି ସେ ଭାରତର ବହୁମତବାଦ ବିଶିଷ୍ଟ ସମାଜର ପ୍ରସଂଶା କରିଛନ୍ତି । ଚୀନରେ ତିବ୍ଦତୀୟ ଧର୍ମକୁ ବଳପୂର୍ବକ ଦମନ କରାଯାଉଥିବାବେଳେ ଭାରତରେ ଏହା ପ୍ରସାର ଲାଭ କରିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର