ଲଦାଖ ସଂଘର୍ଷ ମନେ ପକାଇ ଦିଏ ୧୯୫୦ର ତିବ୍ଦତୀୟ ଶରଣାର୍ଥୀଙ୍କ ହିନସ୍ତା

ଲେହ(ତିବ୍ଦତ) : ଲଦାଖ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ୧୯୫୦ ମସିହାରେ ତିବବ୍ଦୀୟ ଶରଣାର୍ଥୀଙ୍କ ଉପରେ ଚୀନ୍ ଆଧିପତ୍ୟର କ୍ଷତକୁ ପୁଣି ମନେ ପକାଇଦେଉଛି। ତିବ୍ଦତର ରାଜଧାନୀ ସହର ଲେହ ଠାରୁ ମାତ୍ର ୫ କିମି ଦୂର ଚୋଗଲାମସର ସ୍ଥିତ ଏକ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଥିବା ୪୦ ପରିବାର ଅତୀତରେ ଯେପରି ଚୀନୀ ଅତ୍ୟାଚାରରେ ଅତିଷ୍ଠ ହୋଇ ଘରଦ୍ବାର ଛାଡ଼ି ପଳାୟନ କରିଥିଲେ, ତାହା ହିଁ ଚୀନ୍ ଅଧିକୃତ ଅଞ୍ଚଳରେ ଲୋକଙ୍କ ଅସହ୍ୟ ଆତଙ୍କିତ ଜୀବନକୁ କାଳେ କାଳେ ସ୍ମରଣୀୟ କରି ରଖିଥିବ। ଏବେ ସିନ୍ଧୁ ନଦୀ କୂଳରେ ବସବାସ କରୁଥିବା ଏହି ଶରଣାର୍ଥୀମାନେ ସାମ୍ପ୍ରତିକ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ ଭିନ୍ନ ମତ ପୋଷଣ କରୁଛନ୍ତି। ସେମାନଙ୍କୁ ଚୀନ୍ ପୁଣି ଥରେ ପଳାୟନ କରିବାକୁ ବାଧ୍ୟ କରିବ ବୋଲି କେହି କେହି ଆଶଙ୍କା ପ୍ରକଟ କରିଥିବା ବେଳେ ଭାରତ ନିଜର ଶକ୍ତି ଦେଖାଇ ପାରିଲେ ଏହି ଶରଣାର୍ଥୀମାନେ ଦୀର୍ଘ ବର୍ଷର ନିର୍ବାସନ ପରେ ସୁଦ୍ଧା ନିଜ ଜନ୍ମମାଟି ତିବ୍ଦତକୁ ପୁଣି ଫେରିପାରିବେ ବୋଲି ଅନେକ ଭରସା ରଖିଛନ୍ତି।

ଏଠାରେ ସ୍ମରଣଯୋଗ୍ୟ, ଭାରତ ଓ ଚୀନ୍ ମଧ୍ୟରେ ଖୁବ୍ ଉଚ୍ଚ ସ୍ଥାନରେ ଅବସ୍ଥିତ ଏହି ତିବ୍ଦତ ପାର୍ବତ୍ୟା଼ଞ୍ଚଳ ଦକ୍ଷିଣ ଏସିଆର ଦୁଇ ଜନବହୁଳ ରାଷ୍ଟ୍ର ପାଇଁ ବିବାଦୀୟ ପ୍ରସଙ୍ଗ ହୋଇ ରହି ଆସିଛି। ୧୯୫୦ ମସିହାରେ ଚୀନୀ ନେତା ମାଓ ସେ ତୁଙ୍ଗ୍ ତତ୍କାଳୀନ ଚୀନ୍ ସେନାକୁ ତିବ୍ଦତ ଦଖଲ ପାଇଁ ନିର୍ଦ୍ଦେଶ ଦେବା ପରଠାରୁ ତିବ୍ଦତର ଜାତୀୟ ପତାକା ଓ ନିଜସ୍ବ ପରିଚୟ ନିଷିଦ୍ଧ ହେବା ସହ ସେଠାରେ ଏକ ଆତଙ୍କ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହେଲା। ତିବ୍ଦତର ଧାର୍ମିକ ଗୁରୁ ଦଲାଇ ଲାମାଙ୍କୁ କୌଣସି ପ୍ରକାର ସମର୍ଥନକୁ ମଧ୍ୟ ବରଦାସ୍ତ କରାଗଲାନାହିଁ। ଫଳରେ ଲୋକେ କିପରି ଶାନ୍ତି ଓ ନିରାପତ୍ତା ଅନ୍ବେଷଣରେ ଘରଦ୍ବାର ଛାଡ଼ି ପଳାଇଥିଲେ ବୋଲି ଲଦାଖରେ ରହୁଥିବା ୭୦ ବର୍ଷୀୟ ଶରଣାର୍ଥୀ ସେରିଂ ଲାମୋ ତାହା ମନେ ପକାଇ ସ୍ତମ୍ଭୀଭୂତ ହୋଇପଡ଼ିଛନ୍ତି। ସୀମାରେ ବର୍ତ୍ତମାନର ସଂଘର୍ଷମୟ ପରିସ୍ଥିତି ସେମାନଙ୍କୁ ପୁଣି ଚୀନ୍ ଅତ୍ୟାଚାର ମନେ ପକାଇ ଦେଇଛି ବୋଲି ସେରିଂ କହିଛନ୍ତି। ଭାରତ ସରକାର ଏଥର ନିଜ ଆଭିମୁଖ୍ୟକୁ ସୁଦୃଢ଼ କରିପାରିଲେ ସେମାନେ ପୁଣଇ ନିଜ ଭିଟାମାଟିକୁ ଫେରିପାରିବେ ବୋଲି ସେତାନ୍ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର