ଏଣିକି ଏତିକି ଟଙ୍କା ଦେଲେ, ମଙ୍ଗଳଗ୍ରହକୁ ଯିବାର ସ୍ୱପ୍ନ ପୂରା ହୋଇପାରିବ !

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ସଫଳତାର ସହ ମଙ୍ଗଳଗ୍ରହର ଭୁପୃଷ୍ଠରେ ଗତ ମଙ୍ଗଳବାର ‘ଇନସାଇଟ ପ୍ରୋବ’ ସାଟେଲାଇଟ୍‌ ଅବତରଣ କରିଛି । ତେବେ ବିଶେଷ କଥାଟି ହେଉଛି ମଙ୍ଗଳ ଗ୍ରହକୁ ଯିବା ପାଇଁ କେତେ ଟଙ୍କା ଲାଗିବ ସେନେଇ ଏଲନ୍‌ ମସ୍କ ସୂଚନା ଦେଇଛନ୍ତି ।

ସ୍ପେଶ ଏକ୍ସର ପ୍ରମୁଖ ମସ୍କଙ୍କର ଯୋଜନା ହେଉଛି କି, ୨୦୨୨ ସୁଦ୍ଧା ଏକ କାର୍ଗୋ ମିଶନ ମଙ୍ଗଳଗ୍ରହକୁ ପ୍ରେରଣ କରାଯିବ। ଏହାର ଦୁଇ ବର୍ଷ ପରେ ତାଙ୍କର ଅନ୍ତରୀକ୍ଷ ଯାନ ମନୁଷ୍ୟକୁ ନେଇ ମଙ୍ଗଳଗ୍ରହରେ ପହଞ୍ଚିବ। ମଙ୍ଗଳଗ୍ରହରେ ମନୁଷ୍ୟ ସଭ୍ୟତା ସ୍ଥାପନ କରାଯାଇପାରିବ। ମଙ୍ଗଳଗ୍ରହକୁ ଯିବା ପାଇଁ ପାଖାପାଖି ଦୁଇ ଲକ୍ଷ ଡଲାର ଲାଗିବ। ଯାହାକି ଭାରତୀୟ ମୁଦ୍ରାରେ ୧.୪୧ କୋଟି ଟଙ୍କା ଅଟେ । ଅର୍ଥାତ୍‌ ଆମେରିକାରେ ଏକ ଘର କିଣିବା ପାଇଁ ଯେତିକି ଟଙ୍କା ଲାଗିବ ମଙ୍ଗଳ ଗ୍ରହକୁ ଯିବା ପାଇଁ ପାଖାପାଖି ସେତିକି ଟଙ୍କା ଲାଗିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ସଫଳତାର ସହ ମଙ୍ଗଳଗ୍ରହର ଭୁପୃଷ୍ଠରେ ଅବତରଣ କରିଥିଲା ‘ଇନସାଇଟ ପ୍ରୋବ’। ଏଣିକି ମଙ୍ଗଳ ଗ୍ରହରୁ ଆସିବ ନୂଆ ନୂଆ ତଥ୍ୟ ।

ସମ୍ବନ୍ଧିତ ଖବର