ମୁସଲମାନ ମହିଳାଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ: ଶାହି ଇମାମ

ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଥିବା ବେଳେ ଆଜି ଅହମଦାବାଦ ଜାମା ମସଜିଦର ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି ଏକ ବିବାଦୀୟ ବୟାନ ଦେଇଛନ୍ତି। ନିର୍ବାଚନରେ ​​ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ ବୋଲି କହି ସେ ରାଜନୈତିକ ଦଳମାନଙ୍କର ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରିଛନ୍ତି।

ଏଏନଆଇକୁ ସାକ୍ଷାତକାର ଦେଇ ଶାହି ଇମାମ ସିଦ୍ଦିକି କହିଥିଲେ ଯେ ନିର୍ବାଚନରେ ​​ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବା ସଂପୂର୍ଣ୍ଣ ଭାବେ ଇସଲାମ ବିରୋଧୀ। ଏଭଳି ପଦକ୍ଷେପ ଇସଲାମକୁ ଦୁର୍ବଳ କରୁଛି ଏବଂ ଏହା ମହିଳାଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହେଁ। ପୁରୁଷମାନେ ଥାଇ ମହିଳାଙ୍କୁ କାହିଁକି ଟିକେଟ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମହିଳାଙ୍କୁ ଟିକେଟ ଦେଇ ନିର୍ବାଚନ ଲଢ଼ାଇବା ଇସଲାମ ବିରୋଧରେ ବିଦ୍ରୋହ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର