ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଲେ ‘ଟାଇଗର ଅଭି ଜିନ୍ଦା ହେ’, ଭାଇରାଲ ହେଲା ଭିଡିଓ

ଭୋପାଳ: ଯାହା ଲାଗୁଛି ବଲିଉଡର ଭାଇଜାନ୍‌ ସଲମାନ୍‌ ଖାନଙ୍କ ସିନେମା ‘ଟାଇଗର୍‌ ଜିନ୍ଦା ହେ’ର ସଂଳାପ କେବଳ ସାଧାରଣ ଲୋକଙ୍କ ମନ କିଣିଛି,ତା’ ନୁହେଁ,ବରଂ ଏହା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ମନକୁ ବି ପାଇଛି। ସେ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କହିଥିଲେ ଯେ ଏବେ ଚିନ୍ତା କରିବାର କିଛି ନାହିଁ, କାରଣ ଟାଇଗର ଅଭି ଜିନ୍ଦା ହେ।

ନିଜର ନିର୍ବାଚନ ମଣ୍ଡଳୀ ବୁଧନୀର ଲୋକମାନଙ୍କୁ ଧନ୍ୟବାଦ ଜଣାଇବା ଅବସରରେ ଶିବରାଜ ସିଂହ ଚୌହ୍ଵାନ ଏହି କଥା କହିଥିଲେ। ବେଳେବେଳେ ଏଭଳି ସିନେମା କଥା କହି ଚର୍ଚ୍ଚାରେ ରହିଥାନ୍ତି ଶିବରାଜ। ସେ ଗତ ବିଧାନସଭା ନିର୍ବାଚନ ଅବସରରେ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହଥିିଲେ,‘ତୁମ୍‌ ତୋ ଠହରେ ପରଦେଶୀ ସାଥ୍‌ କ୍ୟା ନିଭାଓଗେ’। ନିକଟରେ ମଧ୍ୟପ୍ରଦେଶର ୧୫ ବର୍ଷ ଧରି ଚାଲିଥିବା ଭାରତୀୟ ଜନତା ପାର୍ଟିର ଶାସନର ଅନ୍ତ ଘଟିଛି। କଂଗ୍ରେସ କ୍ଷମତାକୁ ଫେରିଛି। ଏବେ ଏଠାକାର ମୁଖ୍ୟମନ୍ତ୍ରୀ ଅଛନ୍ତି କମଲ ନାଥ।

ଶିବରାଜ ସିଂହ ଚୌହ୍ଵାନଙ୍କ ‘ଟାଇଗର ଅଭି ଜିନ୍ଦା ହେ’ ଡାଏଲଗ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର