ବିପଦରେ ଜାତୀୟ ପଶୁ ବାଘ: ସେହଢ଼ୋଲରେ ମିଳିଲା ବାଘର ମୃତଦେହ, ୧୩ ମାସରେ ୩୩ ମୃତ୍ୟୁ

ଭୋପାଲ: ଭାରତର ଜାତୀୟ ପଶୁ ‘ବାଘ’କୁ ସୁରକ୍ଷା ମିଳି ପାରୁ ନାହିଁ। ବର୍ତମାନ ପରିସ୍ଥିତିରେ ବାଘର ଜୀବନ ବିପଦ ଆଡ଼କୁ ଗତି କରୁଛି। ମଧ୍ୟପ୍ରଦେଶକୁ ‘ବାଘ ରାଜ୍ୟ’ର ମର୍ଯାଦା ପାଇବା ପୂର୍ବରୁ ସେହଢ଼ୋଲରେ ପୁଣି ଏକ ବାଘର ମୃତଦେହ ମିଳିଛି। ଏହାକୁ ନେଇ ପରିବେଶ ପ୍ରେମୀ ତଥା ବୁଦ୍ଧିଜୀବୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇ ଥିବା ବେଳେ ବେଳେ ବିଗତ ୧୩ ମାସରେ ୩୩ଟି ବାଘଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ଯେତିକି ବାଘ ମରିଛନ୍ତି ମଧ୍ୟପ୍ରଦେଶ ତାଲିକାର ଶ୍ରେଷ୍ଠ ସ୍ଥାନରେ ରହିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ ଇଲେକ୍‌ଟ୍ରୋକସନ୍‌ ଯୋଗୁଁ ବାଘ ଅଭୟାରଣ୍ୟ ବିପଦ ଆଡ଼କୁ ଠେଲି ହୋଇଯାଇଛି। ନିକଟରେ ବାଘର ମୃତଦେହକୁ ଜୟସିଂହଘର ଅଞ୍ଚଳରେ ଥିବା ଦେବହରା ଗାଁର ଏକ ବିଲ ଭିତରୁ ମିଳିଥିଲା। ଏହି ବାଘଟି ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜୀବନ ହାରି ଥିଲା। ବନ ବିଭାଗର ଉଦ୍ଧାରକାରୀ ଟିମ୍‌ ବାଘର ମୃତଦେହକୁ ଉଦ୍ଧାର କରିଥିଲେ। ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶରେ ଏଭଳି ଘଟଣା ଦେଖାଯାଇଛି। ଶିକାରୀମାନେ ଛାଲ ପାଇଁ ବିଦ୍ୟୁତ ତା’ର ସାହାଯ୍ୟରେ ବାଘ ମାରୁଛନ୍ତି।

ସମ୍ବନ୍ଧିତ ଖବର