ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁକୁ ନେଇ କାହ୍ନା ଅଭୟାରଣ୍ୟର ବନ ବିଭାଗ ଅଧିକାରୀ ତଥା ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ସୂତ୍ର ଅନୁସାରେ ଆଗକୁ ଆଉ କୌଣସି ବାଘକୁ ମଧ୍ୟପ୍ରଦେଶ ବ୍ୟାଘ୍ର ଅଭୟାରଣ୍ୟରୁ ଓଡ଼ିଶାକୁ ସ୍ଥାନାନ୍ତର ନକରିବାପାଇଁ ନୀତିଗତ ଭାବେ ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି। ଏନେଇ ମଧ୍ୟପ୍ରଦେଶ ସରକାର ଖୁବ୍ ଶୀଘ୍ର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣକୁ ପତ୍ର ଲେଖି ଜଣାଇବେ। ମହାବୀରର ମୃତ୍ୟୁ କାରଣ ଏଯାବତ୍ ରହସ୍ୟାବୃତ୍ତ ଥିବାବେଳେ ବନ୍ୟଜୀବ କାର୍ଯ୍ୟକର୍ତ୍ତାମାନେ ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବାଘ ସ୍ଥାନାନ୍ତର ପୂର୍ବରୁ ଅନେକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶର ସୂଚନା ଅଧିକାରୀ କର୍ମୀ ଅଜୟ ଦୁବେ ଏହି ପ୍ରକରଣରେ ମଧ୍ୟପ୍ରଦେଶ ସରକାର, ରାଜ୍ୟ ସରକାର, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ଡେରାଡୁନ୍ ସ୍ଥିତ ଡବ୍ଲ୍ୟୁଆଇଆଇଙ୍କ ଉପରେ ଦୋଷାରୋପ କରିଛନ୍ତି। ବାଘ ସ୍ଥାନାନ୍ତର ପାଇଁ ତରବରିଆ ଭାବେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ମିଥ୍ୟା ତଥ୍ୟ ଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା ବୋଲି ଅଜୟ ଦୁବେ ଆଜି ସମ୍ବାଦକୁ ସୂଚନା େଦଇ କହିଛନ୍ତି। କେଉଁ ପରିସ୍ଥିତିରେ ମହାବଳର ମୃତ୍ୟୁ ହେଲା ତା’ର ତଦନ୍ତ ପାଇଁ ଏବଂ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସାତକୋଶିଆକୁ ସ୍ଥାନାନ୍ତର କରାଯାଇଥିବା ବାଘୁଣୀ ‘ସୁନ୍ଦରୀ’କୁ ବାନ୍ଧବଗଡ଼କୁ ଫେରାଇ ଆଣିବାପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଦୁବେ କହିଛନ୍ତି। ଦୁବେ ପୁଣି ଅଭିଯୋଗ କରିଛନ୍ତି େଯ ରାଜ୍ୟସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶେଷ ଅନୁରୋଧ କ୍ରମେ କେନ୍ଦ୍ର ସରକାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମଧ୍ୟପ୍ରଦେଶର ତିନି ଯୋଡ଼ା ବାଘ ପଠାଇବାର ନିଷ୍ପତ୍ତି ନେଇଥିଲେ। ବାଘ ସ୍ଥାନାନ୍ତର ନିଷ୍ପତ୍ତି ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁସ୍ କରିବାପାଇଁ ନିଆଯାଇଥିଲା ବୋଲି ଦୁବେ ଅଭିଯୋଗ କରିଛନ୍ତି। ସ୍ଥାନାନ୍ତର ସମୟରେ ସେ ଏହାର ବିରୋଧ କରିଥିଲେ ଏବଂ ଆଗକୁ ମଧ୍ୟ ବିରୋଧ ଜାରି ରହିବ ବୋଲି ଦୁବେ କହିଛନ୍ତି।
ମହାବଳ ‘ମହାବୀର’ ମୃତ୍ୟୁ ମାମଲା : ମଧ୍ୟପ୍ରଦେଶ ହାଇକୋର୍ଟରେ ପିଟିସନ୍ ଦାଖଲ କରିବେ
/sambad/media/post_attachments/wp-content/uploads/2018/11/tri-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)