ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ରୋହିଣୀର ବେଗମପୁର ଅଞ୍ଚଳରେ ଶୁକ୍ରବାର ଦିନ ପୁଲିସ ସହ ଏନ୍କାଉଣ୍ଟରରେ ‘ଟାଇଗର’ ନାମକ ଜଣେ ଅପରାଧୀର ମୃତ୍ୟୁ ହୋଇଥିବାବେଳେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏକାଧିକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ମୃତ ଅପରାଧୀ ହେଉଛି ଦୀପକ ଓରଫ ଟାଇଗର। ଆହତ ଦୁଇ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଏନ୍କାଉଣ୍ଟରରେ ‘ଟାଇଗର’ର ମୃତ୍ୟୁ, ୨ ପୁଲିସ ଆହତ
/sambad/media/post_attachments/wp-content/uploads/2021/10/delhi-police.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)