ନୂଆଦିଲ୍ଲୀ : ଗତ ତିନି ବର୍ଷରେ (୨୦୧୯ ରୁ ୨୦୨୧) ଦେଶର ୧୭ଟି ରାଜ୍ୟରେ ୩୨୯ ବାଘଙ୍କ ମୃତ୍ୟୁଘଟିଛି। ତେବେ ଏହି ତାଲିକାରେ ଓଡ଼ିଶା ସାମିଲ ହୋଇନାହିଁ। ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୧୯ ରେ ଦେଶରେ ୯୬, ୨୦୨୦ରେ ୧୦୬ ଓ ୨୦୨୧ରେ ୧୨୭ ଟି ବାଘଙ୍କ ମୃତ୍ୟୁ ହୋଇଛି। ୨୦୧୮ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ବାଘଙ୍କ ସଂଖ୍ୟା ୨୯୬୭ ରହିଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୨୮ ରହିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।
ତିନି ବର୍ଷ ହେଲା ଓଡ଼ିଶାରେ ବାଘ ମୃତ୍ୟୁହୋଇନି
/sambad/media/post_attachments/wp-content/uploads/2021/07/tiger-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)