ଅଯୋଧ୍ୟା : ଆଜି ବାବ୍ରି ମସଜିଦ୍ ଧ୍ବଂସ ବାର୍ଷିକୀ। ୨୭ ତମ ବାବ୍ରି ମସଜିଦ୍ ଧ୍ବଂସ ବାର୍ଷିକୀ ଅବସରରେ ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପୂର୍ବରୁ ଅଯୋଧ୍ୟାରେ ଯେଭଳି ସୁରକ୍ଷା କଡ଼ାକଡ଼ି ଥିଲା ଏବେ ମଧ୍ୟ ସମାନ ଢଙ୍ଗରେ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ ତଥା ଏଡିଜି ପିଭି ରାମଶାସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ଅଯୋଧ୍ୟା ଏଏସ୍ପି ଆଶିଷ ତିୱାରୀ କହିଛନ୍ତି ଯେ ସମୁଦାୟ ଜିଲ୍ଲାକୁ ୪ ଟି ଜୋନ୍, ୧୦ଟି ସେକ୍ଟର ଏବଂ ୧୪ଟି ଉପ ସେକ୍ଟର୍ରେ ବିଭକ୍ତ କରାଯାଇଛି। ପ୍ରତିଟି ଜୋନ୍ ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍ପି ରହିଛନ୍ତି। ଅନ୍ୟପକ୍ଷେ ସେକ୍ଟର ଦାୟିତ୍ବରେ ଡିଏସ୍ପି ରହିଛନ୍ତି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏ ୩୦୫ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିର ମୁକାବିଲା ପାଇଁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ଏବଂ ୧୦ଟି ଅସ୍ଥାୟୀ ଜେଲ୍ ପ୍ରତିଷ୍ଠା କରାଯାଇଛି। କୌଣସି ସନ୍ଦେହଜନକ କାର୍ଯ୍ୟ ଦେଖିଲେ ପୁଲିସରେ ଖବର ଦେବାପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।
ଆଜି ବାବ୍ରି ମସଜିଦ୍ ଧ୍ୱଂସ ବାର୍ଷିକୀ, ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି
/sambad/media/post_attachments/wp-content/uploads/2019/12/babri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)