ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ତିହାର ଜେଲରେ ଜଣେ କଏଦୀଙ୍କ ପିଠି ଉପରେ ବଳ ପୂର୍ବକ ଖୋଦେଇ କରି ଆଲ୍ଲା ଲେଖାଯାଇଥିବାର ଅଭିଯୋଗ ହୋଇଛି । ନିଜେ କଏଦୀଜଣକ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ତାଙ୍କପିଠିକୁ ଚୁନରେ ଜଳାଯାଇ ସେଥିରେ ଖୋଦେଇ କରି ଆଲ୍ଲା ଲେଖାଯାଇଛି। ଜେଲ ଅଧୀକ୍ଷକ ଓ ଅନ୍ୟ ଅଧିକାରୀଙ୍କ ଉପରେ ତାଙ୍କୁ ନିର୍ଯାତନା ଦେଉଥିବାର ବି ଅଭିଯୋଗ ଆଣିଛନ୍ତି ଏହି କଏଦୀଜଣକ । ଘଟଣା ତିହାର ଜେଲର ୩ ନମ୍ବର ସେଲରେ କିଛି ଦିନ ପୂର୍ବରୁ ଘଟିଛି ।
/sambad/media/post_attachments/wp-content/uploads/2019/08/tihar-jail.navbharattimesjpg.png)
ଏହି ଅଭିଯୋଗ ଆସିବାପରେ ଉକ୍ତ କଏଦୀଙ୍କୁ ଅନ୍ୟ ଏକ ସେଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ଜେଲର ୪ ନମ୍ବର ସେଲରେ ଜଣେ ଏକଦୀଙ୍କ ପିଠି ଉପରେ ଖୋଦେଇ କରି ଓମ ଲେଖାଯାଇଥିଲା ।
କିନ୍ତୁ ତିହାର ଜେଲର ଅତିରିକ୍ତ ଆଇଜି ରାଜକୁମାର କଏଦୀଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେ କହିଛନ୍ତି ଯେ କଏଦୀ ଜଣକ ଜାଣିଶୁଣି ଏଭଳି କାଣ୍ଡ ଭିଆଇଛି । ଏହା ଦ୍ୱାରା ଏଠାକାର ବାତାବରଣ ଅଶାନ୍ତ ହେବ ।
/sambad/media/post_attachments/wp-content/uploads/2019/08/tihar-jail-300x224.jpg)
ଜେଲ ପ୍ରଶାସନ ତରଫରୁ ଏହି ଏକଦୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି । ଏଥିରେ କୁହାଯାଉଛି ଯେ, ଜେଲ ପରିସରରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି କଏଦୀଜଣକ।