ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ କଟକଣା ଯୋଗୁଁ ଦୀର୍ଘ ୫ ମାସ ହେଲା ବାହାର ଦୁନିଆଁ ସହ ବିଚ୍ଛିନ୍ନ ହୋଇପଡ଼ିଥିବା ଦିଲ୍ଲୀ ତିହାର ଜେଲ୍ର ଅନ୍ତେବାସୀମାନଙ୍କ ପାଇଁ କର୍ତ୍ତୃପକ୍ଷ ଆଶ୍ବସ୍ତି ଆଣିଛନ୍ତି। ପୂର୍ବରୁ ବନ୍ଦୀମାନେ ସପ୍ତାହକୁ ଦୁଇଥର ନିଜ ସମ୍ପର୍କୀମାନଙ୍କୁ ଜେଲ୍ ଭିତରେ ସାକ୍ଷାତ କରିପାରୁଥିବା ବେଳେ ଗତ ମାର୍ଚ୍ଚ ୨୩ ତାରିଥରୁ ତାହା ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେଣୁ ଏଣିକି ବନ୍ଦୀମାନେ ଆଭାସୀ ସାକ୍ଷାତ ମାଧ୍ୟମରେ ପରସ୍ପର ଭିତରେ ଏବଂ ନିଜ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା କରିବାକୁ ସୁଯୋଗ ଦିଆଯାଇଛି। ସୂଚନା ଥାଉ କି, ଦେଶର ସର୍ବାଧିକ ୧୪ ହଜାର ବନ୍ଦୀଙ୍କୁ ଧାରଣ କରିଥିବା ଏହି କାରାଗାରରେ ଶେଷ ଥର ପାଇଁ ଗତ ୩ ତାରିଖରେ କରୋନାଭୂତାଣୁ ଚିହ୍ନଟ ହୋଇଥିବା ଦୁଇଜଣ ବନ୍ଦୀଙ୍କର ଗତ ଗୁରୁବାର ନେଗେଟିଭ୍ ବାହାରିବା ସହ ଶନିବାର ସୁଦ୍ଧା ସମ୍ପୂର୍ଣ୍ଣ କାରାଗାର କରୋନା ନେଗେଟିଭ୍ ରହିଛି ବୋଲି ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ସପ୍ତାହରୁ ୪ ନଂ. ଓ ୬ ନଂ. ଜେଲ୍ରେ ବନ୍ଦୀମାନଙ୍କ ପାଇଁ ଏଭଳି ଆଭାସୀ ସାକ୍ଷାତର ଆୟୋଜନ କରାଯାଇଛି ଏବଂ ଧୀରେ ଧୀରେ ଏହି ସୁବିଧା ତିହାରର ସମଗ୍ର ୧୫ଟି ଯାକ ଜେଲ୍ରେ ଉପଲବ୍ଧ ହେବ ବୋଲି ଜଣାଯାଇଛି।
କୋଭିଡ୍ ଯୋଗୁଁ ତିହାର ବନ୍ଦୀମାନେ କରୁଛନ୍ତି ଆଭାସୀ ସାକ୍ଷାତ
/sambad/media/post_attachments/wp-content/uploads/2020/08/tiharjailexperience_20191014093459.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)