ନୂଆଦିଲ୍ଲୀ: ଗତ ସପ୍ତାହରେ କେନ୍ଦ୍ର ସରକାର ଅତି ଲୋକପ୍ରିୟ ଟିକ୍ଟକ୍ ସମେତ ୫୯ଟି ଚୀନୀ ମୋବାଇଲ୍ ଆପ୍ ନିଷିଦ୍ଧ ଘୋଷଣା କଲା ପରେ ନିଜର ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ଟିକଟକ୍ କଳାକାରମାନେ ଚିନ୍ତିତ ହୋଇପଡି଼ଛନ୍ତି। ସୂଚନାଯୋଗ୍ୟ, ମହାମାରୀ କୋଭିଡ୍ ଜନିତ ଲକ୍ ଡାଉନ୍ ସ୍ଥିତି ବେଳେ ଘରେ ବସି ବନ୍ଦୀପ୍ରାୟ ଜୀବନ ବିତାଉଥିବା ଦେଶବାସୀ ଏହି ଲୋକପ୍ରିୟ ଆପ୍ ମାଧ୍ୟମରେ ନିଜ ମାନସିକ ଅବସାଦକୁ ଦୂର କରିବାରେ ସମର୍ଥ ହୋଇଥିଲେ। ସେଥିପାଇଁ ତ ଏହା ଦେଶର ସର୍ବାଧିକ ଡାଉନ୍ ଲୋଡ୍ ଆପ୍ର ମାନ୍ୟତା ରଖିଥିଲା
ତେବେ ଏହା ମାଧ୍ୟମରେ ଯେ ଲୋକେ କେବଳ ହାସ୍ୟ ରସାତ୍ମକ ଭିଡିଓ ଚିତ୍ର ଦେଖୁଥିଲେ ତାହା ନୁହେଁ, ଏହା ଦ୍ବାରା ମଧ୍ୟ ସଂଗୀତ, ନୃତ୍ୟ ଏବଂ ଅଭିନୟ ଆଦି ଅନେକ ମନମତାଣିଆ ପ୍ରସଙ୍ଗ ମନୋରଞ୍ଜନର ସାମୟିକ ଅପରିହାର୍ଯ୍ୟ ଉପାଦାନ ପାଲଟିଯାଇଥିଲା। ସରକାରଙ୍କ କଟକଣା ଏବଂ ଚୀନ୍ ସହ ସଂଘର୍ଷ ପରେ ଏକ ଦେଶାତ୍ମବୋଧ ମାନସିକତାରେ ଅନେକ ଲୋକ ଏହି ଆପ୍କୁ ନିଜ ଫୋନ୍ରୁ ହଟାଇ ସାରିଲେଣି। ସେହିପରି ଗତ ମଙ୍ଗଳବାର କମ୍ପାନି ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ନିଜର ଏହି ଆପ୍କୁ ନିଷ୍କ୍ରିୟ କରିଦେଇଛି। ଏହା ପରଠାରୁ ମନୋରଞ୍ଜନର ଖୋରାକ ସାଜିଥିବା ଅନେକ ଟିକ୍ଟକ୍ କଳାକାର ନିଜର ବୃତ୍ତି ପାଇଁ ପ୍ରମାଦ ଗଣିଛନ୍ତି।
ଭାରତ ସରକାରଙ୍କ ଏହି ପଦକ୍ଷେପ ଚୀନ୍ର ନିବେଶକ ଓ ବ୍ୟବସାୟ ଜଗତ ଉପରେ ଗଭୀର ପ୍ରଭାବ ପକାଇଛି। ସେମାନଙ୍କ ମନୋବଳ ଦୁର୍ବଳ ହୋଇଛି। ଭାରତରେ ଟିକ୍ଟକ୍କୁ ୨୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବହାରକାରୀଙ୍କ ବୟସ ୧୬-୨୪ ବର୍ଷ ବୟସ ମଧ୍ୟରେ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/tiktok-star.jpg)