ମୋଦୀ, ଯୋଗୀଙ୍କୁ କିମ୍‌ ସହ ତୁଳନା କଲେ ଟିକାୟତ

ଲଖିମପୁର : ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବା ବେଳେ କୃଷକ ନେତା ରାକେଶ ଟିକାୟତ ମଙ୍ଗଳବାର ଦିନ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍‌ଙ୍କ ସହ ତୁଳନା କରିଛନ୍ତି।

ଟିକାୟତ ଭୋଟରମାନଙ୍କୁ ପ୍ରଶ୍ନ କରିଛନ୍ତି, ସେମାନେ କ’ଣ ଚାହାନ୍ତି? ସେମାନେ ଜଣେ ପ୍ରଜା-ହିତୈଷୀ ଜନପ୍ରତିନିଧି ଚାହାନ୍ତି, ନା ଦ୍ବିତୀୟ କିମ୍ ଜଙ୍ଗ ଚାହାନ୍ତି। ଭୋଟ ଦେବା ପୂର୍ବରୁ ଏହି ବିଷୟକୁ ଧ୍ୟାନରେ ରଖି ଭୋଟ ଦେବାକୁ ସେ ନିବେଦନ କରିଥିଲେ।

ଗତ ସପ୍ତାହରେ ଟିକାୟତ ମୁଜାଫରନଗରରେ ବିଜେପି ଧ୍ରୁବୀକରଣ ଚଳାଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଏହା ହିନ୍ଦୁ-ମୁସଲମାନଙ୍କ ମାର୍ଚ୍ଚିଂ ପାଇଁ ଉଦ୍ଦିଷ୍ଟ ଏକ ଷ୍ଟାଡିୟମ୍ ନୁହେଁ। ପଶ୍ଚିମ ଉତ୍ତରପ୍ରଦେଶ ବିକାଶ ଚାହେଁ। ଯେଉଁମାନେ ହିନ୍ଦୁ, ମୁସଲମାନ, ଜିନ୍ନା ଓ ଧର୍ମ ବିଷୟରେ କହୁଛନ୍ତି, ସେମାନଙ୍କୁ ଭୋଟ ମିଳିବ ନାହିଁ।

ସମ୍ବନ୍ଧିତ ଖବର