ଟିକ୍‌ଟକ୍‌ ତାରକାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଲୋକପ୍ରିୟ ଟିକ୍‌ଟକ୍‌ ତାରକା ମୋହିତ ମୋର୍‌ଙ୍କୁ ଦିଲ୍ଲୀ ନଜଫ୍‌ଗଡ ଅଂଚଳର ଗୋଟିଏ ଦୋକାନରେ ଗୁଳିକରି ହତ୍ୟା କରାଯାଇଛି। ମଙ୍ଗଳବାର, ମୋହିତ ତାଙ୍କ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଉକ୍ତ ଦୋକାନରେ ତିନି ଜଣ ବ୍ୟକ୍ତି ପଶି ୧୩ ରାଉଣ୍ଡ ଗୁଳି ଚଳାଇଥିଲେ। ମୋହିତଙ୍କୁ ୭ଟି ଗୁଳି ବାଜିଥିଲା। ତାଙ୍କୁ ହସ୍ପିଟାଲ୍‌ ନିଆଯାଇ ଚିକିତ୍ସା କରାଯାଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୋହିତ ଜଣେ ଜିମ୍‌ ପ୍ରଶିକ୍ଷକ ହୋଇଥିବା ବେଳେ ସେ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ରେ ଅଧିକ ଲୋକପ୍ରିୟ ହୋଇଥିଲେ। ଟିକ୍‌ଟକ୍‌ରେ ତାଙ୍କର ୫୩୩ ହଜାର ଅନୁଗାମୀ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର