ଫେରିଲା ଟିକ ଟକ: ଚୀନକୁ ଡ଼ରି ଟିକ-ଟକ ଉପରୁ ନିଷେଧାଦେଶ ହଟାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ | ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ | କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ ବ୍ୟବହାର ଉପରୁ ଲାଗିଥିବା ପ୍ରତିବନ୍ଧକ ହଟାଇଦେଇଥିବା ଜଣା ପଡିଛି | ଚୀନ ପକ୍ଷରୁ ଚାପ ପଡ଼ିବାରୁ ପାକିସ୍ତାନ ଏଭଳି କରିଥିବା ସାମ୍ନାକୁ ଆସିଛି |

ପୂର୍ବରୁ ଭାରତ ସମେତ ଆମେରିକାରେ ଏହି ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇ ସାରିଛି। ପାକିସ୍ତାନର ନାଗରିକମାନେ ଏଥିରେ ପ୍ରସାରିତ ହେଉଥିବା ବିଷୟବସ୍ତୁ ଉପରେ ଅଭିଯୋଗ କରିବା ପରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଉଥିଲା। କିନ୍ତୁ ଟିକ-ଟକ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚୀନ ସହ ସମ୍ପର୍କ ତିକ୍ତ ହେଉଥିବା ଦେଖି ପାକିସ୍ତାନ ଏବେ ପ୍ରତିବନ୍ଧକ ହଟାଇଦେଇଛି |

U.S. Government Considers Banning TikTok
Entrepreneur

ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଇ ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ, ଅଶାଳୀନ ଓ ଅଶ୍ଳୀଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍ ଟକକୁ କୁହାଯାଇଥିଲେ ମଧ୍ୟ କମ୍ପାନି ଶୁଣି ନଥିଲା । ଏଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନବାସୀ ଏବେ ଏହି ଆପକୁ ବ୍ୟବହାର କରିବେ ନାହିଁ | କିନ୍ତୁ ଏବେ ପାକିସ୍ତାନ ଚୀନ ଆଗରେ ହାର ମାନି ପୁଣି ଥରେ ଆପ ଚାଲୁ କରିବାକୁ ଆଦେଶ ଦେଇଛି |

କିଛି ମାସ ପୂର୍ବେ ଭାରତ ସରକାର ଚୀନର ଏହି ଆପକୁ ନିଷିଦ୍ଧ କରିଥିଲେ । ଲଦାଖରେ ସଂଘର୍ଷ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଗତ ମାସରେ ଆମେରିକା ସରକାର ମଧ୍ୟ ଟିକ ଟକ ଉପରେ କଟକଣା ଲଗାଇଥିଲେ ।

ସମ୍ବନ୍ଧିତ ଖବର