କରୋନା ମୁକାବିଲା: ଭାରତୀୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକ୍‌ଟକ୍‌ ଦେଲା ୧୦୦ କୋଟି ଟଙ୍କା ମୂଲ୍ୟର ୨ ଲକ୍ଷ ହାଜ୍‌ମତ ସୁଟ୍‌

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ଦେଶରେ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ତେବେ, ଏ କ୍ଷେତ୍ରରେ ଏକ ପ୍ରମୁଖ ଅନ୍ତରାୟ ହୋଇଛି ଦେଶର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ମୁତୟନ ହୋଇଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଓ ନିରାପତ୍ତା। କାରଣ, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେଉଥିବା ଦେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟାଧୁନିକ ପୋଷାକ, ଗ୍ଲୋଭସ୍‌ ଓ ମାସ୍କ ପ୍ରଭୃତି ଉପଲବ୍ଧ ନଥିଲା। ଏହାକୁ ନେଇ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ତେବେ, ଏ ସମସ୍ୟା ଏବେ ଅନେକ ମାତ୍ରାରେ ସମାଧାନ ହେବାକୁ ଯାଉଛି। ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍‌ ଏବେ ଭାରତରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୦୦ କୋଟି ଟଙ୍କା ମୂଲ୍ୟର ୪,୦୦,୦୦୦ଟି ଅତ୍ୟାଧୁନିକ ପୋଷାକ (ହାଜ୍‌ମତ ସୁଟ୍‌) ପ୍ରଦାନ କରିବାକୁ ଘୋଷଣା କରିଛି। ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦,୬୭୫ଟି ହାଜ୍‌ମତ ସୁଟ୍‌ ଆଜି (ବୁଧବାର) ସକାଳେ ଆସି ଭାରତରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧,୮୦,୩୭୫ଟି ଆସି ଶନିବାର ସକାଳେ ପହଞ୍ଚିବ। ଏବଂ ଅବଶିଷ୍ଟ ୨,୦୦,୦୦୦ ଆସି ଆସନ୍ତା ସପ୍ତାହରେ ଭାରତରେ ପହଞ୍ଚିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର