ଭାରତରେ ବନ୍ଦ ହେବ କି ଟିକ୍‌ଟକ୍‌? କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବେ ଏନ୍‌ସିଡବ୍ଲୁ ମୁଖ୍ୟ ରେଖା ଶର୍ମା

ନୂଆଦିଲ୍ଲୀ: ଅଡୁଆରେ ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌। ଟିକ୍‌ଟକ୍‌ରେ ମହିଳାମାନଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ୍‌ ହେଉଥିବା ଅଭିଯୋଗ ଆଣି ଜାତୀୟ ମହିଳା କମିସନ୍‌(ଏନ୍‌ସିଡବ୍ଲୁ)ର ମୁଖ୍ୟ ରେଖା ଶର୍ମା କହନ୍ତି ଯେ ଏହି ଆପ୍‌କୁ ବନ୍ଦ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିବେ।

ରେଖା ଶର୍ମା ଟ୍ବିଟ୍‌ କରି ଲେଖିଛନ୍ତି, ‘ଟିକ୍‌ଟକ୍‌କୁ ପୂରା ବନ୍ଦ କରିବା ପାଇଁ ମୁଁ ଭାରତ ସରକାରଙ୍କୁ ଏକ ପତ୍ର ଲେଖିବି। ଏଥିରେ କେବଳ ଆପତ୍ତିଜନକ ଭିଡିଓ ପୋଷ୍ଟ୍‌ ହେଉନାହିଁ ବରଂ କିଛି ଫଲୋର୍ସ ପାଇଁ ଯୁବ ପିଢ଼ିମାନେ କିଛି ବି ସୀମା ପର୍ଯ୍ୟନ୍ତ ଯାଇ ପାରୁଛନ୍ତି।’

ଭାରତୀୟ ଜନତା ପାର୍ଟି(ବିଜେପି) ନେତା ତଜିନ୍ଦର ସିଂହ ବାଗା କରିଥିବା ଏକ ଟ୍ବିଟ୍‌ର ରି-ଟ୍ବିଟ୍‌ କରି ରେଖା ଶର୍ମା ଏପରି ‌ଲେଖିଛନ୍ତି। ନିକଟରେ ତଜିନ୍ଦର ସିଂହ ବାଗା କରିଥିବା ଏକ ଟ୍ବିଟ୍‌ର ଭିଡିଓରେ ଏସିଡି ଆକ୍ରମଣକୁ ପ୍ରୋତ୍ସାହିତ କରିବା ପରି ବାର୍ତ୍ତା ରହିଥିଲା। ଟ୍ବିଟ୍‌ଟିକୁ ସେ ରେଖା ଶର୍ମାଙ୍କୁ ଟ୍ବିଟ୍‌ କରିଥିଲେ।

ଏସିଡ ଆକ୍ରମଣକୁ ପ୍ରୋତ୍ସାହିତ କରୁଥିବା ପରି ପୋଷ୍ଟ୍‌ ହୋଇଥିବା ଭିଡିଓଟିକୁ ଟିକ୍‌ଟକ୍‌ରେ ସେୟାର୍‌ କରିଥିଲେ ଫୈଜଲ୍‌ ସିଦ୍ଧିକ୍‌। ତାଙ୍କର ଟିକ୍‌ଟକ୍‌ରେ ୧୩.୪ ମିଲିୟନ୍‌ ଫଲୋର୍ସ ଅଛନ୍ତି।

ସମ୍ବନ୍ଧିତ ଖବର