ଉପନିର୍ବାଚନରେ ପରାଜୟ ପରେ ଭୋଭେ ହୋଇ କାନ୍ଦୁ ଥିବାର ସୋନାଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ଦେଶର ୧୭ଟି ରାଜ୍ୟର ୫୨ଟି ଆସନରେ ଉପନିର୍ବାଚନ ହୋଇଥିଲା । କିନ୍ତୁ ଏସବୁ ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ସେତେଟା ସନ୍ତୋଷଜନକ ହୋଇପାରିନାହିଁ। ୫୨ଟି ବିଧାନସଭା ଆସନରୁ ବିଜେପି ମାତ୍ର ୧୫ଟିରେ ବିଜୟ ହାସଲ କରିଛି।

ଏହି କ୍ରମରେ ହରିୟାଣାର ଆଦମପୁରରେ ସୋସିଆଲ ମିଡିଆରେ ଟିକଟକ୍‌ ଷ୍ଟାର ବନିଥିବା ସୋନାଲି ଫୋଗଟଙ୍କ ଯାଦୁ ବି ଚାଲି ପାରି ନ ଥିବା କୁହାଯାଉଛି। ହରିଆଣାର ଆଦମପୁରରୁ ବିଜେପି ସୋନାଲିଙ୍କୁ ପ୍ରାର୍ଥୀ କରିଥିଲା। ସୋନାଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କୁଲଦୀପ ବିଶୋଁଇଙ୍କ ଠାରୁ ୨୯, ୪୭୧ ଭୋଟରେ ପରାଜିତ ହୋଇଛନ୍ତି। ନିଜର ପରାଜୟକୁ ସୋନାଲି ସ୍ୱୀକାର ମଧ୍ୟ କରିଥିଲେ।

କିନ୍ତୁ ଏହି ଫଳାଫଳ ଘୋଷଣା ହେବା ପରେ ସୋନାଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସୋନାଲି ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି। ବାସ୍ତବ କଥା ହେଉଛି ଏହି ଭିଡିଓଟି ବହୁ ପୁରୁଣା ଭିଡିଓ ଅଟେ। ବିଧାନସଭା ନିର୍ବାଚନରେ ସୋନାଲିଙ୍କ ହୋଇଥିବା ପରାଜୟକୁ ଏହି ଭିଡିଓ ସହିତ ଯୋଡ଼ି ଭାଇରାଲ କରାଯାଉଛି।

ଏହି ସବୁ ଭଡିଓ ସୋନାଲିଙ୍କ ଆଦମପୁରରେ ହୋଇଥିବା ପରାଜୟ ପରେ ସାମ୍ନାକୁ ଆସୁଛି। ଏହି ଭିଡିଓ ସେବେକାର, ଯେବେ ବିଜେପି ସୋନାଲିଙ୍କୁ ଆଦମପୁର ପାଇଁ ଟିକେଟ ବି ମିଳି ନଥିଲା। କିନ୍ତୁ ଲୋକମାନେ ଏହି ଭିଡିଓକୁ ସୋନାଲିଙ୍କ ପରାଜୟ ପରର ଭିଡିଓ କହି ଭାଇରାଲ କରୁଛନ୍ତି।

ସମ୍ବନ୍ଧିତ ଖବର